ବିଦ୍ୟୁତ୍ ତାର ଚୋର ଗିରଫ


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଂଚଳରେ ବିଦ୍ୟୁତ୍ ତାର ଚୋରୀକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଏହି ଅଭିଯୋଗକୁ ଆଧାର କରି ପୋଲିସ୍ ବିଭିନ୍ନ ସ୍ଥାନ ମାନଙ୍କରେ ଚଢାଉ କରି ୪ ଜଣ ତାର ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ମାଧିସାହିର ଏମଡି ମୁକ୍ତାଲ(୪୬),ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ମାନିତ୍ରୀ ଗ୍ରାମର ଗିରିଆ ଓରଫ ଗିରିଧାରୀ ନାଏକ(୨୮),କାମାକ୍ଷାନଗର ଥାନା ଜଳଧରପୁର ଗ୍ରାମର ରାଜୁ ଓରଫ ରାହାସ ପାତ୍ର(୩୨) ଏବଂ ସଦର ଥାନା ଅନ୍ତର୍ଗତ ଅଉଖୁମା ଗ୍ରାମର ବିଦିଆ ଓରଫ ବିଦ୍ୟାଧର ସାହୁ(୩୬) । ସୂଚନା ଥାଉକି ବିଦ୍ୟାଧର ସାହୁ ଏହି ଚୋରୀ ସାମଗ୍ରୀ ରଖିଥିଲା । ଅଭିଯୁକ୍ତ ମାନଙ୍କ ଠାରୁ ଓଡି ୦୬ ଏଚ୍ ୧୮୦୫ ନମ୍ବର ଏକ ଟାଟା ଏସି ଗାଡି,୧୦ କ୍ୱିଂଟାଲର ୬ଟି ଜିଆଇ ଇଲେକ୍ଟ୍ରି ପୋଲ, ୭ କ୍ୱିଂଟାଲର ୧.୪୮ ଏମଏମ୍ ଆଲୁମିନିୟମ ତାର, ଗୋଟିଏ କୁକିଂ ଗ୍ୟାସ ସିଲିଣ୍ଡର,ଗୋଟିଏ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ସହିତ ଗ୍ୟାସ କଟର,ହ୍ୟାଣ୍ଡ କଟର ଓ ୯ଟି ଆଇରନ କଟର ବ୍ଲେଡ ଜବତ କରାଯାଇଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ ି ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକଚର ଲିମିଟେଡ କ୍ୟାମ୍ପ ଅଫିସରେ କାର୍ଯ୍ୟ କରୁଥିବା ଗୋରୋଡିଆ ଗ୍ରାମର ରୁଦ୍ରପ୍ରସାଦ ସାମଲ ନାମକ ବ୍ୟକ୍ତିଙ୍କ ଅଭିଯୋଗକୁ ଆଧାର କରି ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Comments (0)
Add Comment