ଏଟିଏମକୁ ତାଡି ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟ

ଭୁବନେଶ୍ୱର : ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ ତାଡି ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି ।
ଭୁବନେଶ୍ୱର ପୁଣିି ଲୁଟ । ପୋଲିସ ନିଷ୍କ୍ରିୟତାର ସୁଯୋଗ ନେଇ ରାଜଧାନୀରେ ପୁଣି ବ୍ୟାଙ୍କ ଲୁଟ୍ ହୋଇଛି। ଗତ କିଛି ଦିନ ହେବ ଏହି ଭଳି ଲୁଟତ ରାଜ ବଢି ଚାଲିଥିବା ବେଳେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ବିଲମ୍ୱିତ ରାତିରେ ପଟିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ ସଟର କାଟି ଟଙ୍କା ଲୁଟ୍ କରିଛନ୍ତି। ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଦତନ୍ତ ଆରମ୍ଭ କରୁଛି। ଏନେଇ ଇନଫୋସିଟି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୂର୍ବରୁ ମଧ୍ୟ ସମ୍ପୃକ୍ତ ଏଟିଏମରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏହା ପୂର୍ବରୁ ବରିମୁଣ୍ଡରୁ ମଧ୍ୟ ନକଲି ବନ୍ଧୁକ ଦେଖାଇ ଏକ ବ୍ୟାଙ୍କ ଲୁଟ୍ ହୋଇଥିଲା। ରାଜଧାନୀରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା କମିଶନରେଟ ପୁଲିସ ଲୋଟେରାଙ୍କ ପାଖରେ ପହଞ୍ଚି ପାରୁନାହିଁ।

Comments (0)
Add Comment