ନୂଆ ଓଡ଼ିଶାର ବିନ୍ଧାଣୀ

ନବୀନ ବାବୁ ନବୀନ ବାବୁ ନବୀନ ବାବୁ

ପୁରୁଷ ବିଜୁ ବାବୁ ଓ ମା ଜ୍ଞାନ ପଟ୍ଟନାୟକଙ୍କ କନିଷ୍ଠ ସନ୍ତାନ ରୂପେ ନବୀନବାବୁ ଜନ୍ମଗ୍ରହଣ କରନ୍ତି 1946 ମସିହା ଅକ୍ଟୋବର 16 ତାରିଖରେ। ପିଲାଟି ବେଳରୁ ସେ ଥିଲେ ଅତ୍ୟନ୍ତ ସାଧାସିଧା ତଥା ଶାନ୍ତ ସ୍ଵଭାବର। ନବୀନ ବାବୁ ଜଣେ ମିଷ୍ଠଭାଷୀ ତଥା ଦୟାବାନ୍‌ ମଣିଷଟିଏ। ହଠାତ୍‌ ବାପା ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିରେ ଆବିର୍ଭାବ
କରନ୍ତି ନବୀନ ବାବୁ। ପରେ ପରେ ବାଜପେୟୀଙ୍କ ସରକାରରେ ଗୁରୁତ୍ଵପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ହୁଅନ୍ତି। ତାଙ୍କର କାର୍ଯ୍ୟଶୈଳୀ ଓ ନେତୃତ୍ଵ ନେବାର ଦକ୍ଷତାକୁ ଠିକ୍‌ ଭାବେ ମାପିନେଇଥିଲେ ବାଜପେୟୀ। ଖାସ୍‌ ସେଇଥିପାଇଁ ତ ବାଜପେୟୀଙ୍କ ଦରବାର ସଦାସର୍ବଦା କେବଳ ଜଣେ ନେତାଙ୍କ ପାଇଁ ଉନ୍ମଚ୍ଛ ହୋଇ ରହୁଥିଲା, ଆଉ ସେ ହେଉଛନ୍ତି ନବୀନ ପଟ୍ଟନାୟକ। କିନ୍ତୁ 1999 ମହାବାତ୍ୟାର କରାଳ ରୂପକୁ ଅନୁଭବ କଲାପରେ ନବୀନ ବାବୁ ମନସ୍ଥ ରିନେଇଥିଲେ ଅସଜଡ଼ା ଓଡ଼ିଶାକୁ ସେ ଦେବେ ନୂଆ ରୂପ। ପରେ ପରେ 2000 ମସିହା ସାଧାରଣ ନିର୍ବାଚନରେ ନବୀନ ବାବୁ ଧରିଥିଲେ ଓଡ଼ିଶାର ମଙ୍ଗ। ସେ ସମୟରେ ନବୀନ ବାବୁଙ୍କୁ ରାଜନୀତି ମଇଦାନରେ ବହୁ ଘାତ ପ୍ରତିଘାତ ଦେଇ ଗତି କରିବାକୁ ପଡ଼ିଥିଲା। କିନ୍ତୁ ସେସବୁକୁ ଧୈର୍ଯ୍ୟ ଓ ଦୃଢ଼ ସାହସର ସହ ମୁକାବିଲା କରିଥିଲେ ନବୀନ ବାବୁ। ତାଙ୍କ ଆସିବା ପରେ ଓଡ଼ିଶା ରାଜନୀତିରେ ଆସିଥିଲା ଏକ ବଡ଼ ଧରଣର ପରିବର୍ନ୍ନନ। ଅଚାନକ ନିଷ୍ପନ୍ନି ନେବା, କେହି ଭାବିନଥିବା ପୂର୍ବରୁ କିଛି ବଡ଼ ଧରଣର କାର୍ଯ୍ୟ କରିବାରେ ନବୀନ ବାବୁ ସେତେବେଳେ କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଭାରତବର୍ଷର ରାଜନୀତିରେ ମୁଖ୍ୟ ଚେହେରା ଭାବେ ଉଭା ହୋଇଥିଲେ। ଜାତୀୟ ଗଣମାଧ୍ୟମରେ ନବୀନ ବାବୁଙ୍କ କାର୍ଯ୍ୟଶୈଳୀକୁ ନେଇ ବାରମ୍ଵାର ଚର୍ଚ୍ଚା ହେବାର ଦେଖିବାକୁ ମିଳିଥିଲା। 2000 ମସିହା ପୂର୍ବରୁ ଓଡ଼ିଶା ଯେଭଳି ଦୁର୍ଦ୍ଦିନ ସ୍ଥିତି ଦେଇ ଗତି କରୁଥିଲା ତାହା ନବୀନଙ୍କ ଆସିବା ପରେ ଚିତ୍ରପଟ୍ଟ ସଂପୂର୍ଣ୍ଣ ବଦଳି ଯାଇଥିଲା। ବେକାରୀ, ଦାରିଦ୍ର୍ୟ, ମହିଳା ସଶଚ୍ଛିକରଣ, ଯୁବବର୍ଗଙ୍କୁ ପ୍ରାଧାନ୍ୟ, କୃଷି, ଶିଳ୍ପ ଆଦିରେ ଅଭୂତପୂର୍ବ ପରିବର୍ନ୍ନନ କରି ଓଡ଼ିଶା ଜନମାନସରେ ସେ ପାଲଟିଗଲେ ଅତି ଆଦରର ନବୀନ ବାବୁ। ପୂର୍ବରୁ ଯେଭଳି ଅଖାଦ୍ୟ (ବାଉଁଶ କଢ଼, ତେନ୍ତୁଳି ମଞ୍ଜି, ଆମ୍ଵ ଟାକୁଆ) ଖାଇ ବହୁ ଲୋକ ଅକାଳରେ ମୃତୁ୍ୟମୁଖରେ ପଡ଼ୁଥିଲେ ସେସବୁର ପୂର୍ଣ୍ଣଛେଦ ପକାଇଥିଲେ ନବୀନ ବାବୁ। ସମଗ୍ର ଭାରତବର୍ଷରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ ଯିଏକି ମାତ୍ର 2 ଟଙ୍କାରେ ଓଡ଼ିଶାବାସୀଙ୍କୁ ଚାଉଳ ଯୋଗାଇ ଦେଇଥିଲା। ଆଉ ତାପରେ ଓଡ଼ିଶାର ଖାଦ୍ୟଭାବାଜନିତ ମୃତୁ୍ୟସଂଖ୍ୟା ପ୍ରାୟତଃ କମିଯାଇଥିଲା। କେବଳ 2ଟଙ୍କିଆ ଚାଉଳ ନୁହେଁ ବରଂ ନବୀନ ବାବୁଙ୍କ ଜନହିତକର କାର୍ଯ୍ୟକୁ ଯଦି ହିସାବ କରାଯାଏ ତେବେ ତାର କଳନା ନାହିଁ। ସେହିପରି ନବୀନ ବାବୁଙ୍କ ଜନହିତକର କାର୍ଯ୍ୟ ଅନ୍ୟ ରାଜ୍ୟ ସରକାରଙ୍କ ପାଇଁ ଉଦାହରଣ ପାଲଟି ଯାଇଥାଏ। ରାଷ୍ଟ୍ରର ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ନବୀନ ବାବୁଙ୍କ ନିଷ୍ପନ୍ନିକୁ ସମସ୍ତେ ଚାହିଁ ବସିଥାନ୍ତି। ଠିକ୍‌ ସମୟରେ ଠିକ୍‌ ନିଷ୍ପନ୍ନି ନେବାରେ ତାଙ୍କ ଠାରୁ ବଳି ଆଉ କେହି ବୋଧେ ରାଜନେତା ନାହାନ୍ତି ତାହା ଦେଶର ପ୍ରତିଟି ରାଜନେତା ଅନୁଭବ କରିଥାନ୍ତି। ଆଉ ସେଇଥିପାଇଁ ତ ତାଙ୍କୁ ଏନ୍‌ଡିଏ ହେଉ ଅବା ୟୁପିଏ ସମସ୍ତେ ତାଙ୍କ ଠାରୁ ସମର୍ଥନ ଆଶା ରଖିଥାନ୍ତି। କିନ୍ତୁ ନବୀନ ବାବୁଙ୍କ ଗୋଟିଚାଳନାକୁ କେହି ବି ଠିକ୍‌ ସେ ବୁଝିପାରନ୍ତି ନାହିଁ। 1997 ପରଠାରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଆସନରେ ଯେଉଁମାନେ ବସିଛନ୍ତି ସମସ୍ତେ ନବୀନ ବାବୁଙ୍କୁ ପ୍ରଶଂସା କରିଛନ୍ତି। ନବୀନ ବାବୁ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇଥିବାବେଳେ ବହୁସ୍ଥାନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସମ୍ଵର୍ଦ୍ଧିତ ମଧ୍ୟ ହୋଇଛନ୍ତି। ଓଡ଼ିଶାକୁ ସାରା ବିଶ୍ବ ଦରବାରରେ ଏକ ବଳିଷ୍ଠ ପରିଚୟ ଦେବା ପାଇଁ ନବୀନ ବାବୁଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ। ବିଶ୍ବ ହକି ପ୍ରତିଯୋଗିତା ହେଉ ଅବା ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ଗେମ୍ସ ଭଳି ଗୁରୁତ୍ଵପୂର୍ଣ୍ଣ ଇଭେ[କୁ ଓଡ଼ିଶାରେ ଆୟୋଜନ କରି ନବୀନ ପଟ୍ଟନାୟକ ବିଶ୍ବ ଦରବାରରେ ଓଡ଼ିଶାକୁ ଦେଇଛନ୍ତି ଏକ ସ୍ଵତନ୍ତ୍ର ପରିଚୟ। ସେହିପରି ଯେଉଁ ଭାରତବର୍ଷକୁ ଦେବଭୂମି କୁହାଯାଏ, ଆଉ ଓଡ଼ିଶାକୁ ଜଗନ୍ନାଥଙ୍କ ଦେଶର ଆଖ୍ୟା ଦିଆଯାଏ ସେହି ଓଡ଼ିଶାରେ ଦେବାଦେବୀଙ୍କ ସ୍ଥଳକୁ ଐତିହ୍ୟସ୍ଥଳର ମାନ୍ୟତା ଦେବା ପାଇଁ ନବୀନ ବାବୁ ଯେଭଳି ଦୃଢ଼ ପଦକ୍ଷେପ ନେଇଛନ୍ତି ତାହା ତାଙ୍କୁ ଆହୁରି ମହାନ କରିଦେଇଛି। ସାରା ଭାରତବର୍ଷର ବହୁ ବଡ଼ ବଡ଼ ନେତା ଥିଲେ ବି ନବୀନ ବାବୁଙ୍କୁ ମିଳିଥିଲା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପୁରସ୍କାର। କେବଳ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ଶ୍ରେଷ୍ଠ ପ୍ରଶାସକ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମୁକାବିଲା କ୍ଷେତ୍ରରେ ସାରା ବିଶ୍ବରେ ପ୍ରଶଂସିତ ଓ ସମ୍ମାନିତ ହେବାରେ ସେ ହେଉଛନ୍ତି ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ। ଆଜି ପର୍ଯ୍ୟନ୍ତ ଭାରତବର୍ଷରେ ଯେତେ ବି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଊଣା ଅଧିକେ ସମସ୍ତଙ୍କ କ୍ଷେତ୍ରରେ ଦୁର୍ନୀତିର ଛିଟା ଲାଗିଥିବ ନିଶ୍ଚିତ। କିନ୍ତୁ ନବୀନ ବାବୁ ହେଉଛନ୍ତି ସେଇ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ଦୁର୍ନୀତିର ଛିଟା ବି ଆଜିଯାଏଁ ଛୁଇଁପାରିନାହିଁ। ଓଡ଼ିଶା ରାଜନୀତିରେ ସେ ଦୀର୍ଘ 20 ବର୍ଷ ହେଲା ଶାସନ କରିଆସୁଛନ୍ତି। ତାଙ୍କ ରାଜନୈତିକ ଜୀବନରେ ବହୁ ଝଡ଼ଝଞ୍ଜା ଆସିଥିଲେ ବି ଏହାକୁ ତିଳେମାତ୍ର ଖାତିର କରିନାହାନ୍ତି ନବୀନ ବାବୁ। ତାଙ୍କର କାର୍ଯ୍ୟଦକ୍ଷତା ଅତ୍ୟନ୍ତ ଉଚ୍ଚକୋଟୀର ଥିବାରୁ ଏବେବି ସେ ଓଡ଼ିଶାର ସାଢ଼େ 4 କୋଟି ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ବୃଦ୍ଧ ହେଉ ଅବା ଯୁବକ, ମହିଳା ହେଉ ଅବା ଶିଶୁ ସମସ୍ତଙ୍କ ସେ ଅତି ଆପଣାର। ମହାମା ଗାନ୍ଧି ଯେଭଳି ଅହିଂସାର ପୂଜାରୀ ଥିଲେ ତାଙ୍କ ଆଦର୍ଶକୁ ପାଥେୟ କରି ନବୀନ ବାବୁ ବି ଅହିଂସାକୁ ମୂଳମନ୍ତ୍ର କରି ସର୍ବଦା ନିଜ କାର୍ଯ୍ୟରେ ପ୍ରତିଫଳନ କରିଥିବା ଦେଖିବାକୁ ମିଳିଥାଏ। ସାଧାରଣ ଜୀବନ ଭଳି ଧଳା କୁର୍ନ୍ନା ପାଇଜାମା ସାଙ୍ଗକୁ କୋହ୍ଲାପୁରୀ ଚପଲ ହଳେରେ ବିତେ ତାଙ୍କ ଜୀବନ। କେବେବି ନିଜକୁ ବଡ଼ପଣ ଦେଖାଇ ହୁଅନ୍ତି ନାହିଁ। କିନ୍ତୁ ତାଙ୍କର କାମ ହିଁ ତାଙ୍କୁ ପ୍ରକୃତରେ ଜଣେ ମହାନ୍‌ ବ୍ୟଚ୍ଛିତ୍ଵର ଆଜି ପରିଚୟ ଦେଇଛି। ନବୀନ ବାବୁଙ୍କ ସଫଳତା ଏଇଭଳି ଭାବେ ବଜାୟ ରହିଥାଉ ବୋଲି ତାଙ୍କର ଜନ୍ମଦିନରେ ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ।

Comments (0)
Add Comment