ପାରାଦୀପ ବନ୍ଦର ଆଙ୍କରେଜ ପଏଣ୍ଟରୁ ୩ଜଣ ବାଙ୍ଗଲାଦେଶୀ ନାବିକ ଉଦ୍ଧାର

ପାରାଦ୍ୱୀପ : ଲଘୁଚାପ ଓ ଲଗାଣ ବର୍ଷା ଯୋଗୁଁ ବଙ୍ଗୋପସାଗର ଅଶାନ୍ତ ହୋଇ ପଡିଛି । ଗୁରୁବାର ଅପରାହ୍ନରେ ବାଙ୍ଗଲାଦେଶରୁ ଲୁହାପଥର ପରିବହନ କରିବାକୁ ପାରାଦୀପ ବନ୍ଦରର ଆଙ୍କରେଜ୍ ଅଂଚଳରେ ଓସନ୍ ସେଂଚୁରୀ ନାମକ ଜାହାଜ ଅପେକ୍ଷାରେ ରହିଥିଲା । କୌଣସି କାରଣ ବଶତଃ ଏହାର ୩ଜଣ ନାବିକ ରେସକ୍ୟୁ ବୋଟ୍ରୁ ସମୁଦ୍ରରେ ଖସି ପଡିଥିଲେ । ଏହି ସୁଚନା ପାଇବା ପରେ ପାରାଦ୍ୱୀପ ବନ୍ଦର ହାର୍ବର ମାଷ୍ଟର କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ମେରାଇନ୍ ବିଭାଗର ଟଗ୍ବୋଟ ଓ ପେଟ୍ରୋଲିଂ କ୍ରାପ୍ଟ ସହ ସେଠାରେ ପହଁଚି ସେମାନଙ୍କୁ ସଫଳତାର ସହ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ନାବିକ ମାନଙ୍କୁ ବନ୍ଦର ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୁଡି ଯାଇଥିବା ରେସକ୍ୟୁ ବୋଟକୁ ଉଦ୍ଧାର କରାଯାଇ କୂଳକୁ ଆଣିବାକୁ ଉଦ୍ୟମ କରାଯାଉଥିବା ବନ୍ଦର ଲୋକସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ତେବେ ବନ୍ଦର ମେରାଇନ୍ ବିଭାଗର ଏହି ଦୁଃସାହାସିକ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Comments (0)
Add Comment