ହବିଷ୍ୟାଳୀଙ୍କ ପାଇଁ କଟକଣା

ପୁରୀ : ପ୍ରତିବର୍ଷ କାର୍ତ୍ତିକ ମାସ ଆସିଲେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥାଏ ।କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଦେଖିବାକୁ ମିଳିବନି । କାରଣ ପୁରୀକୁ ହବିଷ୍ୟାଳୀମାନଙ୍କୁ ନଆସିବାକୁ ନିବେଦନ କରିଛନ୍ତି ପୁରୀ ପ୍ରଶାସନ । କରୋନା କଟକଣା ପାଇଁ ପୁରୀ ପ୍ରଶାସନ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରିନଥିବା ବେଳେ ହବିଷ୍ୟାଳୀମାନେ ମଧ୍ୟ ପୁରୀ ନଆସନ୍ତୁ ବୋଲି ପୁରୀ ଉପଜିଲାପାଳ କହିଛନ୍ତି। ପୁରୀ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ କୌଣସ ହବିଷ୍ୟାଳୀ ପୁରୀ ଆସନ୍ତୁନାହିଁ।ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି। କଟକଣା ଅନୁସାରେ, ଅତିଆବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସନ୍ତୁ ନାହିଁ । ହବିଷ୍ୟାଳୀଙ୍କୁ ନଆସିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି ।

Comments (0)
Add Comment