ପୁଣି ଦେଖାଦେଇଛି ଜନନୀ ଯନ୍ତ୍ରଣା, ରାସ୍ତାରେ ମୃତ ଶିଶୁକୁ ଜନ୍ମ ଦେଲେ ଗର୍ଭବତୀ

ବୈପାରୀଗୁଡା : ପୁଣି ଦେଖାଦେଇଛି ଜନନୀ ଯନ୍ତ୍ରଣା l ଗାଁରେ ପହଁଚିଲା ନାହିଁ ଆମ୍ଭୁଲାନ୍ସ  ଯାହାକି ଦୁଇ କିଲୋମିଟର ଚାଲି ଚାଲି ନଦୀ ପାର ହେବା ପରେ ରାସ୍ତା କାଢରେ  ମୃତ ଶିଶୁକୁ ଜନ୍ମ ଦେଲା ଗର୍ଭବତୀ l  ଏହିପରି ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ମାଝୀଗୁଡା  ପଞ୍ଚାୟତର ଭାଲିଆପଦର ଗ୍ରାମରେ lଉକ୍ତ ଗ୍ରାମର କୋମଳ ଲୋଚନ ପାଙ୍ଗିଙ୍କ ସ୍ତ୍ରୀ ଗର୍ଭବତୀ ମହିଳା ପଦ୍ମିନୀ ଗୌଡ଼ଙ୍କ ପେଟ ଯନ୍ତ୍ରଣା ଲାଗି ମେଡିକାଲ ନେବାପାଇଁ ୧୦୨ ଆମ୍ବୁଲାନ୍ସ କୁ ଫୋନ କଲାପରେ ଆମ୍ବୁଲାନ୍ସ ତ ଆସିଲା କିନ୍ତୁ ରାସ୍ତା ଖରାପ ସହ ନଦୀ ଯୋଗୁଁ ଆଗକୁ ଯାଇନପlରିଲା ନାହିଁ ଆମ୍ବୁଲାନ୍ସ lବାଧ୍ୟ ହୋଇ ପରିବାର ଲୋକଙ୍କ ସହ ଗର୍ଭବତୀ ମହିଳା ବିପଦ ସଂକୁଳ ଅବସ୍ଥାରେ ୨  କିଲୋମିଟର ଚାଲିବା ପରେ ନଦୀ ପାର ହେଲା lକିନ୍ତୁ ଅସହ୍ୟ ଯନ୍ତ୍ରଣା ଲାଗି ସେ ଆଉ ଆଗକୁ ଯାଇ ନପାରି ରାସ୍ତା କଢ଼ରେ  ଖୋଲା ଆକାଶ ତଳେ ମୃତଶିଶୁ କୁ ଜନ୍ମ ଦେଲେ  ଗର୍ଭବତୀ lସୂଚନା ଥାଉ କି ଗତ ୨ ବର୍ଷ ପୂର୍ବେ ଏହି ନଦୀରେ ପୋଲ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାମ ସରିନି ଏଣୁ ଅତିଶୀଘ୍ର ପକା ରାସ୍ତା ସହ ପୋଲ ନିର୍ମାଣ ଶେଷ ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ ।

Comments (0)
Add Comment