ନିରା ରାଡିଆଙ୍କ ଫାର୍ମ ବିରୋଧରେ ୩୦୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ, ୭ ।୧୧: ଦିଲ୍ଲୀ ପୋଲିସ ଆର୍ଥିକ ଅପରାଧ ଶାଖା (ଇଡବ୍ଲୁଓ) ନିରା ରାଡିଆଙ୍କ ଫାର୍ମ ବିରୋଧରେ ୩୦୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି । ଯେଉଁ ଦୁଇଟି କମ୍ପାନୀ ବିରୋଧରେ ଇଓଡବ୍ଲୁ ଠକେଇ ମୋକଦ୍ଦମା ରୁଜୁ କରିଛନ୍ତି ଏଥିଲେ ନୟତୀ ହେଲଥ କେୟାର ମଧ୍ୟ ଅଛି । ନିରାରାଡିଆ ଏହି ସଂସ୍ଥାର ଅଧ୍ୟକ୍ଷା ଅଛନ୍ତି । ପୂର୍ବରୁ ରାଡିଆ ୨-ଜି ମାମଲା ଓ ଟେପ କାଣ୍ଡରେ ମଧ୍ୟ ଚର୍ଚ୍ଚାରେ ଥିଲେ । ଗୁରୁଗ୍ରାମର ହେଲଥ୍ ଫାର୍ମ ସହିତ ଇଡବ୍ଲୁଓ ଏତଲାରେ ଅନ୍ୟଏକ କମ୍ପାନୀ ନାରାୟଣୀ ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ୩୦୦ କୋଟିରୁ ଅଧିକ ଟଙ୍କାର ଦୂରୁପୋଯୋଗ ଅଭିଯୋଗ ହୋଇଛି । ଏହି ବିପୁଳ ଅର୍ଥ ଋଣ ଆକାରରେ ନେଇ ବ୍ୟାପକ ହେରଫେର କରାଯାଇଥିବାର ଅଭିଯୋଗ ହୋଇଛି । ନୟତୀ ଓ ନାରାୟଣୀ ୨୦୧୮-୨୦ ମସିହା ମଧ୍ୟରେ ଦିଲ୍ଲୀର ପ୍ରାଇମମେଡ ହସ୍ପିଟାଲ ପ୍ରକଳ୍ପ ନାମରେ ୩୧୨ କୋଟି ଟଙ୍କା ହଡ଼ପ କରିଥିବାର ଅଭିଯୋଗ ହୋଇଛି । ଦିଲ୍ଲୀର ଜନୈକ ଅର୍ଥପେଡିକ ସର୍ଜନ ରାଜୀବ କେ. ଶର୍ମାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଇଓଡବ୍ଲୁ ଏହି ପଦକ୍ଷେପ ନେଇଛି । ଗୁରୁଗ୍ରାମ ହସ୍ପିଟାଲ ବିଲ୍ଡିଂର ନବୀକରଣ ଲାଗି ନୟତୀ ଓନରାୟଣୀ ୪୦୦ କୋଟି ଟଙ୍କାର ଅଧିକ ଟଙ୍କାର ଋଣ ଓ ଇକି୍ୱଟି ହଡପ କରିଯାଇଥିବାର ଅଭିଯୋଗ ହୋଇଥିଲା ।

Comments (0)
Add Comment