ପୋଲ ତଳକୁ ଖସିଲା ବସ୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ): ପୋଲ ତଳକୁ ଭାରସାମ୍ୟ ହରାଇ ଖସିଗଲା ବସ୍‌। ଫଳରେ ୧୧ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ନିକଟସ୍ଥ ତ୍ରିଶୁଳପୁରରେ।

‘ଶ୍ରୀ ଅନନ୍ତ’ ନାମକ ଏହି ଘରୋଇ ବସ୍‌ଟି ଆଜି ସକାଳେ ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ତ୍ରିଶୁଳପୁର ନିକଟରେ ଜାତୀୟ ରାଜପଥ ୧୬ରେ ଏକ ପୋଲ ତଳକୁ ଖସି ଯାଇଥିଲା। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ।

Comments (0)
Add Comment