ଟ୍ରମ୍ପଙ୍କ ପାଇଁ ବଢ଼ିବ ଅଡୁଆ

ବହୁ ଦୁର୍ନୀତିରେ ଛନ୍ଦି ହୋଇରହିଛନ୍ତି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ସାରା ବିଶ୍ବ ଅପେକ୍ଷା କରିଥିଲା। ଏଥର ଜୋଏ ବାଇଡେନ୍‌ ରାଷ୍ଟ୍ରପତି ଭାବରେ ନିର୍ବାଚନ ଜିତିଛନ୍ତି। ଅନେକ ଚେଷ୍ଟା ସତ୍ତ୍ଵେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଛି। ତେବେ ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ, ଏଭଳି ପରାଜୟ ପରେ ବି ଟ୍ରମ୍ପଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। ଏପରି କି ଟ୍ରମ୍ପ ରାଷ୍ଟ୍ରପତି ପଦରୁ ହଟିବା ପରେ ଜେଲ୍‌ ବି ଯାଇପାରନ୍ତି ବୋଲି କୁହାଯାଉଛି। ରାଜନୈତିକ ବିଶେଷଜ୍ଞଙ୍କ ମତାନୁସାରେ, ଆମେରିକା ରାଷ୍ଟ୍ରପତି ଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଅନେକ ଦୁର୍ନୀତି ଅଭିଯୋଗ ଲାଗିଛି। କିନ୍ତୁ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନଥିଲା। ଏବେ କିନ୍ତୁ ନିର୍ବାଚନ ହାରିବା ପରେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି। ବିବିସିରେ ପ୍ରକାଶିତ ତଥ୍ୟ ଅନୁସାରେ, ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି ଯେ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତରୁ ଜଣାପଡ଼ିଛି ସେ ରାଷ୍ଟ୍ରପତି ପଦରୁ ହଟିବା ପରେ ତାଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହ ସେ ଆର୍ଥିକ ସ୍ତରରେ ମଧ୍ୟ ଦୁର୍ବଳ ହୋଇପରିବେ।

Comments (0)
Add Comment