ତିର୍ତୋଲ ଓ ବାଲୋଶ୍ୱରରେ ବିଜେଡିର ବିଜୟକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପାଳିଲା ବିଜୟ ଉତ୍ସବ

କେନ୍ଦ୍ରାପଡା: ଓଡିଶାର ତିତେର୍୍ାଲ ଏବଂ ବାଲେଶ୍ୱର ବିଧାନସଭା ଉପ ନିର୍ବାଚନରେ ବିଜେଡିର ବାଜିମାତକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ଉଭୟ ଆସନର ବିଜେଡି ପ୍ରାର୍ଥୀ ବାଲେଶ୍ୱରରେ ସ୍ୱରୂପ ଦାସ ଏବଂ ତିର୍ତୋଲରେ ବିଜୟ ଶଙ୍କର ଦାସଙ୍କ ବିଜୟକୁ ନେଇ ଖୁସି ମନାଯିବା ସହିତ ପରଷ୍ପରକୁ ମିଷ୍ଟାନ୍ନ ଖୁଆଇ ବିଜେଡିର ବିଜୟକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି । ବାଲେଶ୍ୱର ବିଧାନସଭା ଉପ ନିର୍ବାଚନ ପାଇଁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଆଇନମନ୍ତ୍ରୀ ପ୍ରତାପ ଜେନା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଏବଂ ତିର୍ତୋଲ ଉପ ନିର୍ବାଚନ ପରିଚାଳନା କରିଥିବା ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲିକ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡିର ଏହି ସଫଳତା ପାଇଁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି । ରାଜ୍ୟ ବିଜେଡି ଲିଗାଲଫ୍ରଂଟ ସଦସ୍ୟ ସଂଜୟ କୁମାର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଲିଗାଲଫ୍ରଂଟର ଆବାହକ ଭୀମସେନ ଭୂୟାଁ, ଗଗନ ବିହାରୀ ଜେନା, ମନୋଜ ସାହୁ, ଗୋବର୍ଦ୍ଧନ ରାଉତ, ଗୋକୁଳି ରଞ୍ଜନ ଦାସ, ନିରଞ୍ଜନ ବଳ, ରମାକାନ୍ତ ସ୍ୱାଇଁ, ଅରୁଣ ପ୍ରସାଦ ଦାସ, ସୁରେଶ ନାୟକ, ସ୍ମୃତି ରଂଜନ ସିଂ, ରଞ୍ଜନ ପଣ୍ଡା, କୁଞ୍ଜ ବିହାରୀ ପରିଡା, ଇତିହାସ ଲେଙ୍କା, ବ୍ରଜ ସୁନ୍ଦର ରାଉତ, ତ୍ରିଲୋଚନ ସାହୁ, ରେଣୁବାଳା ସାମଲ, ଗଗନ ଖଟୁଆ, ଦୀପକ ପ୍ରଧାନ, ଧିରେନ୍ଦ୍ର କୁମାର ଦାସ, ସୁବାଷ ରାଉତ, ସେକ ଅଜିମୁଦ୍ଦିନ, ପ୍ରହଲ୍ଲାଦ ମାହାଳି, ଅଜୟ ମହାନ୍ତି, ଶେଷ ଦେବ ଦାସ, ସେକ ୟୁସୁଫ ପ୍ରମୁଖ ଅଂଶ ଗ୍ରହଣ କରି ଖୁସି ମନାଇବା ସହ ପରସ୍ପରକୁ ମିଠା ଖୁଆଇଥିଲେ ।

Comments (0)
Add Comment