ରାହୁଲଙ୍କ ଭବିଷ୍ୟତ ପାଇଁ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ସୋନିଆ

ନୂଆଦିଲ୍ଲୀ, ୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରସ୍ତୁତ “ଏ ପ୍ରମିସଡ୍ ଲ୍ୟାଣ୍ଡ’ ପୁସ୍ତକରେ କେବଳ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ନୁହେଁ, ବରଂ ତାଙ୍କ ମା’ ତଥା ଦଳର ବର୍ତ୍ତମାନର ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଦ୍ୱନ୍ଦରେ ପକାଇଦେଇଛି । ଓବାମା ତାଙ୍କ ପୁସ୍ତକରେ ରାହୁଲଙ୍କୁ ଜଣେ ନର୍ଭସ ନେତା ଭାବରେ ବର୍ଣ୍ଣନା କରିବା ସହ ସୋନିଆଙ୍କୁ ନେଇ ତାଙ୍କ ମତ ପ୍ରକାଶ କରିଛନ୍ତି । ସେ ସୋନିଆଙ୍କୁ ନେଇ କହିଛନ୍ତି ଯେ, ସେ ମନମୋହନଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ କରିଥିଲେ କାହିଁକି ନାଁ ସେ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କରିବା ଦ୍ୱାରା କୌଣସି ବିପଦ ଅନୁଭବ କରୁନଥିଲେ । ସୋନିଆ ଗାନ୍ଧୀ ବହୁତ ଭାବଚିନ୍ତି ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ ବୋଲି ଓବାମା ତାଙ୍କ ପୁସ୍ତକରେ ସ୍ପଷ୍ଟ କରିଛନ୍ତି । “ଏ ପ୍ରମିସଡ୍ ଲ୍ୟାଣ୍ଡ’ରେ ଓବାମା ଲେଖିଛନ୍ତି, ଜଣେ ନୁହେଁ, ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ବିଶ୍ୱାସ କରନ୍ତି ଯେ, ସେ (ସୋନିଆ ଗାନ୍ଧୀ) ମନମୋହନ ସିଂଙ୍କୁ ଏଥିପାଇଁ ବାଛିଥିଲେ କାରଣ ମନମୋହନ କୌଣସି ଜାତୀୟ ରାଜନୈତିକ ଆଧାର ନଥିବା ବୃଦ୍ଧ ଥିଲେ ଯିଏକି ତାଙ୍କ ପୁଅ ପାଇଁ କିଛି ବି ବିପଦ ସୃଷ୍ଟି କରିପାରିବେ ନାହିଁ ବୋଲି ସେ ଚିନ୍ତା କରିଥିଲେ । ଆଉ ସେହି ସମୟରେ କଂଗ୍ରେସ ଦଳର ମୁଖ୍ୟ ହେବାକୁ ପ୍ରସ୍ତୁତ ହେଉଥିଲେ ତାଙ୍କ ୪୮ ବର୍ଷର ପୁଅ ରାହୁଲ ଗାନ୍ଧି । ଓବାମା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାସଭବନରେ ଆୟୋଜିତ ଏକ ରାତ୍ରୀଭୋଜନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ସୋନିଆ ଏବଂ ରାହୁଲ ମଧ୍ୟ ସାମିଲ ହୋଇଥିଲେ । ସେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଆଲୋଚନା ସମୟରେ କିଛି କହିବା ଅପେକ୍ଷା ଅଧିକ ଶୁଣୁଥିଲେ । ପଲିସି ମ୍ୟାର୍ଟ ଉପରେ ଭିନ୍ନ ଦୃଷ୍ଟିକୋଣରୁ ସିଂଙ୍କ ସହ ଭିନ୍ନ ଭିନ୍ନ ମତ ରଖିଥିଲେ ଏବଂ ଏହି ସମୟରେ ସୋନିଆ ବାରମ୍ବାର ତାଙ୍କ ପୁଅକୁ ଆଲୋଚନା ଭିତରକୁ ଟାଣୁ ଥିଲେ । ଓବାମା ଆହୁରି ଲେଖିଛନ୍ତି ଯେ, “ମୁଁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁଛି, ସୋନିଆ ସ୍ମାର୍ଟ ଏବଂ ଜ୍ଞାନୀ । ତେଣୁ ସେ ରାଜନୀତିରେ ବହୁତ ସକ୍ରିୟ । ଯଦି ଆମେ ରାହୁଲଙ୍କ କଥା କହିବା ତ,ରାହୁଲ ସ୍ମାର୍ଟ ଓ ଉତ୍ସାହୀ ଦେଖାଯାଉଥିଲେ ଏବଂ ସେ ତାଙ୍କ ମା ପରି ସୁନ୍ଦର ମଧ୍ୟ ଥିଲେ । ପ୍ରଗତିଶୀଳ ରାଜନୀତିର ଭବିଷ୍ୟତ ବିଷୟରେ ସେ ନିଜର ମତ ମଧ୍ୟ ଦେଇଛନ୍ତି । ଆଉ ଏହି ଆଲୋଚନା ଭିତରେ ରାହୁଲ ଓବାମାଙ୍କ ୨୦୦୮ର ନିର୍ବାଚନର ପ୍ରଚାର ବିଷୟରେ କଥା ହୋଇଥିଲେ । ଏହି ବାର୍ତ୍ତାଳାପ ଭିତରେ ରାହୁଲଙ୍କ ବାଚଳାମୀ ଓ ବିକୃତ ଗୁଣଗୁଡ଼ିକ ସ୍ପଷ୍ଟ ବାରିହେଉଥିଲା ବୋଲି ଓବାମା ଏଥିରେ ଲେଖିଛନ୍ତି ।

Comments (0)
Add Comment