ମୁନିଗୁଡା ପୋଲିସର ସଫଳତା 24ଘଣ୍ଟାରେ ଧରିଲେ ଚୋରି ଯାଇଥିବା ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ ସହ 6 ଜଣ ଚୋରଙ୍କୁ କୋର୍ଟଚାଲାଣ

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ସଦରମହକୁମା ହନୁମାନବଜାର ରେ ଏକ ମୋବାଇଲ ଦୋକାନରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ଯାଇଥିବାବେଳେ ମୁନିଗୁଡା ପୋଲିସ 24 ଘଣ୍ଟାରେ ଚୋରି ମୋବାଇଲ ସହ6 ଜଣଙ୍କୁ ଗିରଫ କରି ଥାନା କେଶ ନମ୍ଵର 164 ତା20.11.20 ଦଫା 457/380 ଆଇ ପି ସି  ପ୍ରକାରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଵିଵରଣୀରୁ ପ୍ରକାଶ ମୁନିଗୁଡା ହନୁମାନ ବଜାରେ ଏମ୍ ଶିବାଶିଷଙ୍କର ଵିନାୟକ ମୋବାଇଲ ଦୋକାନରୁ ଗତକାଲି ବିଳମ୍ଵିତ ରାତିରେ ଜଗନ୍ନାଥ ସାହୁ, ସରୋଜ ପଟେଲ, ପିଙ୍କୁ ପଣ୍ଡା, ପିତବାସ ରଣା  (ବକ୍ସିଶିରିପୁରୁ)  ଏବଂ ଦୁଇ ଜଣ ନାବାଳକ ମିଶି 25ଟି ମୋବାଇଲ ଫୋନର ମୂଲ୍ୟ ପ୍ରାୟ3.5 ଲକ୍ଷ ଟଙ୍କାର ଚୋରିକରି ନେଇଥିଲେ। ପୋଲିସ ଅଭିଯୋଗ ପାଇବା ପରେ ଏସ୍ ଡି ପି ଓ ଶ୍ରୀ ଆକାଶ କୁମାର ସାହୁଙ୍କ କୁହୁକ ବୁଦ୍ଧିବିଦ୍ୟା ବଳରେ ସାରଥି ସାଜି, ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ଓ ପୋଲିସ୍ ଟିମ୍ ଙ୍କ ସହାୟତାରେ 24 ଘଣ୍ଟାମଧ୍ୟରେ ମୋବାଇଲ ଜଵତ କରିବା ସହ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏତେ କମ୍ ସମୟ ମଧ୍ୟରେ ଚୋର ଧରାଯାଇଥିବାରୁ ପୋଲିସ୍ ପ୍ରତି ଜନସାଧାରଣଙ୍କର ବିଶ୍ବାସ ଦୃଢୀଭୂତ ହେଵା ସହ ସାଧାରଣରେ ପ୍ରଙ୍ସସା କରିଛନ୍ତି। ପ୍ରକାଶ ଥାଉକି ଏସ ଡିପିଓ ଶ୍ରୀ ଆକାଶ କୁମାର ସାହୁ ଏଠାରେ ଯୋଗ ଦେଵା ଦିନୁ ଵର୍ଷକ ତଳର ମର୍ଡର କେଶର ଅଭିଯୁକ୍ତଙ୍କୁ ଧରିଵା, ଗଞ୍ଜେଇ ଟ୍ରକ ଧରିବା, ଚୋରା ମଦକୋଠି, ମଦବେପାରୀଙ୍କୁ ସାବାଡ କରିବା, ସ୍କ୍ରାପବେପାରରେ ଅଙ୍କୁଶ ଲଗାଇବା, ଜୁଆ ଖେଳ, ବାଣ ଦୋକାନ ଓ ଅନ୍ୟାନ୍ୟ ଅନୀୟମିତତାକୁ ଦମନ କରିବାରେ ପାହାଚ ପାହାଚ ସଫଳତା ହାସଲ କରିଚାଲିଥିବାବେଳେ ଅଞ୍ଚଳରେ ପୋଲିସର ଏପରି କାର୍ଯ୍ୟ ଲୋକଙ୍କର ସୁରକ୍ଷା ପ୍ରତି ଭରଷା ଆସୁଥିବା ଵୁଦ୍ଧିଜୀଵି ମହଲରେ ଆଲୋଚନା ହେଉଛି। ପୋଲିସର ଏପରି କାର୍ଯ୍ୟ ଜାରି ରହିବା ସହ ରାସ୍ତା କଡରୁ ଉଠାଦୋକାନ ଉଠାଇ ଟ୍ରାଫିକ୍ ସମସ୍ୟା ଦୂର କରି ଅନ୍ୟତ୍ର ଦୋକାନ ପାଇଁ ଜାଗା ଯୋଗାଇ ଦେବା ସହ ଗୌଡସାହି ହାଡିପା ଗୌଡ(ସାମ୍ବାଦିକ)ଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ଚୋରଙ୍କ ଟେର୍ ପାଇନଥିଲେ ମଧ୍ୟ ପୁନ ତଦନ୍ତ ପାଇଁ ସାଧାରଣରେ ଦାଵୀ ହେଉଛି।

Comments (0)
Add Comment