ଫେଲ ମାରିଛି ଉଜ୍ଜଳା ଯୋଜନାଗ୍ୟାସ, ଭରିବାକୁ ନାହିଁ ଅର୍ଥ

ରାୟଗଡା /କୋଲନରା : ସରକାର ଦୁଃଖୀ ରୁଖି ମାନଙ୍କ ପାଇଁ ଉଜ୍ଜ୍ବଳ ଯୋଜନା ଆରମ୍ଭ କରି ମହିଳା ମାନଙ୍କ ପାଇଁ ଗ୍ୟାସ ରେ ରଷେଇ କରିବା ପାଇଁ ଏକ ପ୍ରକାର ଯୋଜନା ଆରମ୍ଭ କରି ସାରା ଦେଶରେ ଉଜ୍ଜ୍ବଳ। ଯୋଜନାରେ ସମସ୍ତ ଙ୍କୁ ରନ୍ଧନ ଗ୍ୟାସ ଯୋଗେଇ ଦେଲେ । କିଛି ଦିନ କେନ୍ଦ୍ର ସରକାରଙ୍କ ଯୋଜନା କୁ ଉପଭୋଗ ମଧ୍ୟ କରିଲେ । କିନ୍ତୁ ଆଜି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଅଞ୍ଚଳରେ ଉଜ୍ଜଳା ଯୋଜନା ରେ କିଛି ପରିବାର ଗ୍ୟାସ ପାଇଛନ୍ତି । ଯେଉଁ ଗୋଟିଏ ଗ୍ୟାସ ହାଣ୍ଡି ପାଇଛନ୍ତି ସେଇ ଗ୍ୟାସ ସରିବା ପର୍ଯ୍ୟନ୍ତ ଯୋଜନାକୁ ଉପଭୋଗ କରିଥିଲେ । ଗ୍ୟାସ ସାରିବା ପରେ ଲୋକମାନଙ୍କୁ ଗ୍ୟାସ ମିଳୁନଥିବା ଅଭିଯୋଗ କରିଛନ୍ତି । ମୁକୁନ୍ଦପୁର ଠାରୁ ଦେଢ଼ କିମି ଦୂର ରେ ଉଜ୍ଜଳା ଯୋଜନା ର ଗଦାମ ଘର ଥିଲେ କଣ ହେବ ଲୋକଙ୍କ ପାଖକୁ ଗ୍ୟାସ ପହଞ୍ଚି ପାରୁନାହିଁ । ଫଳରେ ଲୋକମାନେ ଜଙ୍ଗଲ ମୁହାଁ ହୋଇ ଜଙ୍ଗଲ ରୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଉଛନ୍ତି । ଜଙ୍ଗଲ ରେ ସରୀସୃପ ଏବଂ ହିଂସ୍ର ଜନ୍ତୁ ଙ୍କ ଭୟ ରେ ମଧ୍ୟ ଜୀବନକୁ ବାଜି ଲଗାଇ ଜାଳେଣି କାଠ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଜାଳେଣି କାଠ ସଂଗ୍ରହ ସହ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ଏହି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଶିବ କଣ୍ଡାଗରୀ ମାର୍କେଟିଂ ଇନ୍ସପେକ୍ଟର ଙ୍କୁ ଅବଗତ କରାଇଛନ୍ତି ବୋଲି ସେ କହିଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମୁକୁନ୍ଦପୁର ଅଞ୍ଚଳ ବାସୀ ନିବେଦନ କରିଛନ୍ତି । ଯଦି ଉଜ୍ଜଳା ଯୋଜନା ର ଗ୍ୟାସ ଗଦାମ ରେ ଗ୍ୟାସ ମିଳିବ ନାହିଁ ତେବେ ଜଙ୍ଗଲ ନଷ୍ଟ ହେବା ଜଣାପଡ଼ିଛି ।ଏହି ସମସ୍ୟା କୁ ଗୁରୁତର ସହ ସମାଧାନ କରିବାକୁ ଦାବି ହେଉଛି ।

Comments (0)
Add Comment