ଅଁଳା ନବମୀ : ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ ହେବ

ପୁରୀ : ଆସନ୍ତକାଲି ପବିତ୍ର ଅଁଳା ନବମୀକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଲାଗୁ ହେବ କଟକଣା। ମନ୍ଦିର ଚାରିପାଖରେ ଏହା ଲାଗୁ କରାଯିବ। ଅଁଳା ନବମୀ ଅବସରରେ ଜନ ସମାଗମ ନହେବା ପାଇଁ ତଥା ସଂକ୍ରମଣ ନ ବ୍ୟାପିବା ପାଇଁ ସୁରକ୍ଷା ଦୃଷ୍ଟିରୁ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। ଏହାସହ ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ବୋଲି ସୂଚନା ମିଳିଛି।

Comments (0)
Add Comment