ବିଜାଡିହି ଠାରେ ସଡକ ଦୁର୍ଘଟଣାରେ ଯୁବତୀ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହି ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଫୁଡ୍ କର୍ପୋରେସନ ଇଣ୍ଡିଆରେ (ଏଫ.ସି.ଆଇ)କାର୍ଯ୍ୟରତ ସୀମା ଲାଠି ନିଜ ସ୍କୁଟି ଯୋଗେ କାମାକ୍ଷାନଗରରୁ ଢେଙ୍କାନାଳ ଅଭିମୂଖେ ନିଜ କାର୍ଯ୍ୟ କ୍ଷେତ୍ରକୁ ଆସୁଥିବା ସମୟରେ ବିଜିଡିହି ଠାରେ ଏକ ସାଇକେଲ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ସୀମା ଗୁରୁତର ଆହତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବାର ଜଣାପଡିଛି ।

Comments (0)
Add Comment