୩୦ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମୁମୁଡି ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ-ଟୁ, ଡାଇକ-ଥ୍ରୀ, ଓ ବନ୍ଦlମାମୁଡି ଗ୍ରାମ ନିକଟ ଜମି ଓ ଜଙ୍ଗଲ ଜମିରୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ସହ ସଦଳବଳେ ମିଶି ଉକ୍ତ ସ୍ଥାନର ୩୦ ଏକର ଜମିରୁ ୫୦ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ କଟା ଯାଇ ପୋଡି ନଷ୍ଟ କରିଦିଆଯାଇଛି।ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ କୋଟି ଟଙ୍କା ହେବ, ଏହା ଉପରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି।ଚିତ୍ରକୋଣ୍ଡା ଥାନା କେସ ନମ୍ବର – ୧୩୨/୨୧-୧୧-୨୦୨୦ U/S ୨୦(A)(I) NDPS Act. ଅନୁଯାଇ କରାଯାଇଛି। ଚଳିତ ବର୍ଷ ଚିତ୍ରକୋଣ୍ଡା ଅଞ୍ଚଳରୁ ବହୁ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯିବ ବୋଲି ସୂଚନା ମିଳିଛି।

Comments (0)
Add Comment