ନିଜ ଦାୟିତ୍ୱ ତୁଲାଉ ତୁଲାଉ ହାରିଗଲେ କରୋନା ଯୋଦ୍ଧା

ମାଲକାନଗିରି : କରୋନା ଯୁଦ୍ଧରେ ହାରିଗଲେ ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା। ଏଭଳି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି। ନଗର ର ୪ ନଂ ୱାର୍ଡ ର ମାନସ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଯେ ଖଇରିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ଥିଲେ। ସେ ଆଜି ସଭିଙ୍କୁ ଛାଡି ଆରପାରୀ କୁ ଚାଲି ଯାଇଛନ୍ତି। ତେବେ ଗତ ମାର୍ଚ୍ଚ ମାସ ରୁ କୋଭିଡ ସମୟରେ ନିଜ ଦାୟିତ୍ୱ ନିଭାଇ ଲୋକଙ୍କ ସେବା କରି ଆସୁଥିଲେ। କିନ୍ତୁ ଏହି ମାସ ୧୩ ତାରିଖରେ ସେ କରୋନା ପୋଜେଟିଭ ଭାବେ ଚିହ୍ନଟ ହୋଇଥିଲେ। କରୋନା ଆକ୍ରାନ୍ତ ପରେ ସେ ମାଲକାନଗିରି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଏଲ ଜି ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟ ଘଟିଛି। ମୃତ୍ୟୁ ପରେ କୋଭିଡ ନିୟମ ଅନୁଯାୟୀ ତାଙ୍କୁ ନିଜ ବାସଭବନ ବାଲିମେଳା କୁ ଅଣାଯାଇଥିଲା। ଜିଲ୍ଲା ପ୍ରଶାସନ ଆଜି ତାଙ୍କୁ କରୋନା ଯୋଦ୍ଧା ଘୋଷିତ କରି ତାଙ୍କୁ ଗାର୍ଡ ଅଫ ଅନର ଦେଇ ସମ୍ମାନିତ କରିଛି। ମାନସ ଜଣେ ଅତି ସରଳିଆ ଓ ମେଳାପି ବ୍ୟକ୍ତି ସ୍ୱଭାବର ହେବା ସହ ସ୍ଥାନୀୟ ରେ ତାଙ୍କୁ ସମସ୍ତେ ବହୁ ଆଦର କରୁଥିଲେ। ତେବେ ତାଙ୍କର ମୃତ୍ୟୁ ରେ ସାରା ବାଲିମେଳା ବାସୀ ମର୍ମାହତ ହେବା ସହ ତାଙ୍କ ସ୍ୱାସ୍ଥ୍ୟ ବିଭାଗ ର ସହକର୍ମୀ ମାନେ ଦୁଃଖ ରେ ଭାଙ୍ଗି ପଡିଥବା ଦେଖିବାକୁ ମିଳିଛି।

Comments (0)
Add Comment