ମ. ରାମପୁର ରେ ମଧ୍ୟ ସର୍ବ ଭାରତୀୟ ଧର୍ମଘଟ ଡାକରାକୁ ସମର୍ଥନ

ମ. ରାମପୁର : କେନ୍ଦ୍ର ସରକାରଙ୍କ ଶ୍ରମ ଓ କୃଷି ଆଇନ୍ ୨୦୨୦ କୁ ବିରୋଧ କରି ଆଜି ଦେଶବ୍ୟାପୀ ଭାରତ ବନ୍ଦ କୁ  ଓ ସି. ଆଇ. ଟି.ୟୁ , ଆଇ ଏନ ଟି ୟୁ ସି, ଏ ଆଇ ଟି ୟୁ ସି, ଏ ଆଇ କେ ଏସ୍ ପ୍ରମୁଖ ୧୦ ସଙ୍ଗଠନ ସମର୍ଥନ କରିବା ସହିତ ଧର୍ମଘଟକୁ ଓହ୍ଲାଇ ଥିବା ବେଳେ ମ. ରାମପୁର ବ୍ଲକ୍ କଂଗ୍ରେସ କମିଟି ମଧ୍ୟ ଏହାକୁ ସମର୍ଥନ ଦେଇଛି।ଚଳିତ ବର୍ଷ କରୋନା କଟକଣା ର ସମସ୍ତ ନିୟମ କୁ ଅବଲମ୍ବନ କରି ଯାନ ବାହନ, ଦୋକନ୍ ବଜାର, ଅଫିସ୍ ଗୁଡ଼ିକ ବନ୍ଦ୍ କରିବା ସହ ଶାନ୍ତି ପୂର୍ଣ୍ଣ ଭାବରେ ଏକ ଶୋଭଯାତ୍ରାରେ ବାହାରି ବ୍ଲକ୍ ଅଫିସ୍ ଯାଏଁ ପହଞ୍ଚିଥିଲା। ଏଥିରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ସମସ୍ତ ଆଇନ୍ କୁ ପ୍ରତ୍ୟାହାର କରିବା ସହ ଦେଶ ରେ ବଢୁଥିବା ବେକାରୀ ସମସ୍ୟାକୁ ଗୁରୁତ୍ବ ଦେବାକୁ ଦାବି କରିଥିଲେ। ତା ସହ ରଜ୍ୟ ସରକାର୍ ଓଡ଼ିଶା ର ୧୪୦୦୦ ସ୍କୁଲ୍ ବନ୍ଦ୍ କରିବା ପ୍ରସଙ୍ଗ କୁ ଓ ଧାନ ମଣ୍ଡି ରେ ଟୋକନ୍ ର ଅବ୍ୟବସ୍ଥା, ମିଲ୍ ମାଲିକ ମାନେ ଯଉ ଚାଷୀଙ୍କ ଧାନ କୁ କଟନି, ଛଟନି କରି ଚାଷୀ ଙ୍କୁ ହଇରାଣ କରୁଛନ୍ତି ତା ବିରୁଦ୍ଧ ରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ ସି ପି ଆଇ ଏମ୍ ଏଲ୍ ର ବ୍ଲକ୍ ସଂପାଦକ ସତ୍ୟଦେବ ଚାଟାର୍ଜୀ, ଦୁର୍ଯୋଧନ ଦାସ, କଂଗ୍ରେସ ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂ, ପୂର୍ବତନ ବ୍ଲକ ସଭାପତି ବିଭୂତି ଭୂଷଣ ମହାଖୁଡ, ପ୍ରକାଶ ମାଝୀ,ନାରୀନେତ୍ରୀ(କଂଗ୍ରେସ) ଯୋଶୋଦ ନାଗ, ସଂଯୁକ୍ତା ପୁରୋହିତ, ସି ପି ଆଇ ଏମ୍ ଏଲ ର କେଦାର ମାଝୀ, ହୁମେର ରଣା ପ୍ରମୁଖ ଉପସ୍ଥିତ ରହି ଧାରଣ ଦେଇଥିଲେ।

Comments (0)
Add Comment