ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ, ୩୦ ।୧୧: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ “ବେଲ ବଟମ୍’ର ନିର୍ଦ୍ଦେଶକଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ନିର୍ଦ୍ଦେଶକ ଆୟୁଷ ତିୱାରୀ ଏବଂ ତାଙ୍କ ସାଙ୍ଗ ରାକେଶ ଶର୍ମାଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ଜଣେ ଅଭିନେତ୍ରୀ । ପୁଲିସ ଏବେ ନିର୍ଦ୍ଦେଶକ ଏବଂ ତାଙ୍କ ସାଙ୍ଗଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଅନୁଯାୟୀ ଦୁଷ୍କର୍ମ ମାମଲା ରୁଜୁ କରଛନ୍ତି । ଅଭିନେତ୍ରୀ ଜଣଙ୍କ ଅନେକ ଫିଲ୍ମ ଏବଂ ଓଟିଟି ୱେବ୍ ସିରିଜରେ କାମ କରିଛନ୍ତି । ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଆୟୁଷ ତାଙ୍କୁ ବିବାହ କରିବା ଆଳରେ ଦୁଷ୍କର୍ମ କରିଥିଲେ । ଏ ନେଇ ଆୟୁଷଙ୍କ ସାଙ୍ଗ ରାକେଶଙ୍କ ନିକଟରେ ମଧ୍ୟ ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ପାଇବା ଆଳରେ ଓଲଟି ଆୟୁଷଙ୍କ ସାଙ୍ଗ ରାକେଶ ମଧ୍ୟ ଅଭିନେତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଅକ୍ଷୟ କୁମାରଙ୍କ ଏହି ଫିଲ୍ମଟି ଲକଡାଉନରେ ସୁଟିଂ ହୋଇଥିଲା । ଏହାର ଶୁଟିଂ ଦେଢ଼ ମାସ ମଧ୍ୟରେ ଶେଷ ହୋଇଥିଲା । ଫିଲ୍ମର ଟିଜର ମଧ୍ୟ ରିଲିଜ୍ ହୋଇଛି । ଅକ୍ଷୟ ସିକ୍ରେଟ୍ ଏଜେଣ୍ଟ ଭୂମିକାରେ ନଜର ଆସିବେ ।

Comments (0)
Add Comment