ପୁତ୍ର ହତ୍ୟାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବୀ ନେଇବାପା ମାଆ ଅତରିକ୍ତ ଏସପି ଙ୍କ ଦ୍ୱାରାସ୍ଥ

ଛତ୍ରପୁର୨/୧୨ : ଗତ ନଭେମ୍ବର ୧୧ ତାରିଖ ଦିନ ସକାଳୁ କୋଦଳା ଥାନା ଅନ୍ତର୍ଗତ ତାଳସର ସ୍ଥିତ ଉଚ୍ଚ ବିଦ୍ୟାଳୟ ପଛପଟ ପୋଖରୀ ହୁଡାରୁ ଗ୍ରାମର ବିରିପୁର ସାହିର ବିଶ୍ୱନାଥ ରାଉତଙ୍କ ପୁଅ ସୁନୀଲ ରାଉତ(୩୦) ର ମୃତ ଦେହ ୁ ଉଦ୍ଧାର ହେବା ପରେ ସୁନୀଲଙ୍କ ବାପା ବିଶ୍ୱନାଥ ଓ ମାଆ ପୁନା ରାଉତ ତାଙ୍କ ପୁଅକୁ ପରେ ହତ୍ୟା କରାଯାଇଥିବା ସେ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ୍ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀ ବହୁବାର ପୋଲିସ ଅଧିକାରୀଙ୍କୁ ଗୁହାରୀ ଜଣାଇଆସୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ କରାଯ୍ଧମ ନାହିଁ । ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ ଦାବୀ ନେଇ ବୁଧବାର ପୁଣି ମୃତ ସୁନୀଲ୍ ଙ୍କ ବାପା ମାଆ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ରେ ପହଂଚି ଗୁହାରୀ କରିଛନ୍ତି । ଗଞ୍ଜାମ ଏସପିଙ୍କ ଅନୁପସ୍ଥିତରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଅତିରିକ୍ର ଏସପିଙ୍କୁ ଭେଟି ଦୁହେଁ ଗୁହାରୀ ଜଣାଇଛନ୍ତି ।
ସୂଚନା ଥାଉ କି,ଗତ ନଭେମ୍ବର ୧୧ ତାରିଖ ଦିନ ସୁନୀଲଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ମୃତ ଦେହ ନିକଟରେ ସୁନୀଲଙ୍କ ମୋବାଇଲ ପଡିଥିଲା । ନାକରୁ ମଧ୍ୟ ରକ୍ତ ବାହାରୁଥିଲା । ତା ସହିତ ଦେହରେ ମାଡ ଚିହ୍ନ ମଧ୍ୟ ଥିଲା ବୋଲି କହିଛନ୍ତି ସେମାନେ । ଗତ ୪ ବର୍ଷ ହେବ ତାଙ୍କ ସହ ଶତୃତା ଲାଗି ରହୁଥିଲା । ଏପରିକି ତାଙ୍କୁ ଘରେ ନିଆଁ ଲଗାଯାଇ ତାଙ୍କୁ ନିଆଁରେ ଫିଙ୍ଗିଦେବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା ବୋଲି ମୃତ ସୁନୀଲ୍ ର ବାପା ଅଭିଯୋଗ କରିଛନ୍ତି । ଏନେଇ ୧୧ ଜଣଙ୍କ ବିରୋଧରେ ଥାନାରେ ଏତାଲା ମଧ୍ୟ ଦିଆଯାଇଥିଲା । ଏନେଇ ବାରମ୍ବର ବେଗୁନିଆଫାଣ୍ଡିରେ ଅଭିଯୋଗ କଲେ ସୁଦ୍ଧା କୌଣସି ଫଲ ମିଳିନଥିବାରୁ ଆଜି ପୁଣି ସୁନୀଲ୍ ର ବାପା ଓ ମାଆ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Comments (0)
Add Comment