କାେଟିଏ ଟଙ୍କାର ମୂଲ୍ୟବାନ ରତ୍ନପଥର ଜବତ, ଜଣେ ଅଟକ

ରାୟଗଡ : ରାୟଗଡ କ୍ରାଇମ ବ୍ରାଂଚ ଏସଟିଏଫ ର ୫ଜଣିଆ ଟିମ ହାତରେ ଧରାପଡିଛି ଜଣେ ରତ୍ନ ପଥର ବେପାରୀ । ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଯୋଜନା କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ବିପୁଳ ପରିମାଣର ମୂଲ୍ୟବାନ ରତ୍ନ ପଥର ଜବତ କରାଯାଇଛି । ରାୟଗଡ ସହରର ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଆଜି ସକାଳେ ଚଢ଼ାଉ କରିଥିଲା । ଚଢାଉ ବେଳେ ଚୋରାଚାଲାଣକାରୀ ନିଜ କାର ରେ ରଖିଥିବା ଦୁଇଟି ଅଖା ବସ୍ତାରୁ ବିଭିନ୍ନ କିସମର ୧୫୩ କିଲୋ ମୂଲ୍ଯବାନ ରତ୍ନ ପଥର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ଯ ୧ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି କ୍ରାଇମବ୍ରାଂଚ ଏସଟିଏଫ ଟିମ ଅନୁମାନ କରିଛି। ରାୟଗଡା ଜିଲ୍ଲାରେ ଅନେକ ସ୍ଥାନରେ କିଛି ବର୍ଷ ତଳେ ରତ୍ନ ପଥର କାରବାର ଚାଲିଥିଲା। ରାୟଗଡା ବ୍ଲକର ଇରୁକୁବଡୀ, କାର୍ଲି, ରମ୍ଭ, ସେହିପରି ମୁନିଗୁଡା ଅଞ୍ଚଳରେ ଡକୁଲଗୁଡା ପ୍ରଭୃତି ଅଞ୍ଚଳ ରେ ରତ୍ନ ପଥର କାରବାର ଚାଲିଥିଲା, ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା, ପୁଣି ଲୁକାଚୁରା ରେ ମାଫିଆ ମାନଙ୍କ ନଜର ପଡିଥିବା ଜଣାପଡିଛି। ଏହି ମାମଲାରେ ଜିତେନ୍ଦ୍ର କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ରାୟଗଡ ଥାନାରେ ଅଟକ ରଖି କ୍ରାଇମବ୍ରାଞ୍ଚ ଅଧିକ ପଚରାଉଚରା କରୁଛି । ଏସଟିଏଫ ଟିମ ଚଢାଉ ସମୟରେ ରାୟଗଡ ଥାନା ଅଧିକାରୀ ଓ ଅନ୍ୟ ଷ୍ଟାଫମାନେ ସହଯୋଗ କରିଥିଲେ ।

Comments (0)
Add Comment