ମାଲକାନଗିରି ରେ ପଡ଼ିଛି ଭାରତ ବନ୍ଦ ର ପ୍ରଭାବ

ମାଲକାନଗିରି : କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ  ସମର୍ଥନ ମିଳିଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି।ମାଲକାନଗିରି, କୋରୁକୋଣ୍ଡା,କାଲିମେଳା, ମାଥିଲି, ଗୋବିନ୍ଦପାଲ୍ଲୀ ଓ ଚିତ୍ରକୋଣ୍ଡାରେ ବି ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ, ବଜାର ବନ୍ଦ ଥିବାବେଳେ ରାସ୍ତା ଅବରୋଧ କରାଯାଇଛି।

Comments (0)
Add Comment