ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଜ୍ଜନକ

ରାଞ୍ଚି, ୧୨ ।୧୨: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା କୌଣସି ମୁହୂର୍ତ୍ତରେ ବିଗିଡିପାରେ । ରିମ୍ସ ହସ୍ପିଟାଲର ଡାକ୍ତର ଏହା କହିଛନ୍ତି । ଗୋଟିଏ ପଟେ ଚାରା ଘୋଟାଲା ମାମଲାରେ ଲାଲୁ ସଜା କାଟୁଛନ୍ତି ଅନ୍ୟପଟେ ଜେଲରେ ରହି ବିଧାୟକ କିଣିବାକୁ ପ୍ରୟାସ ଅଭିଯୋଗରେ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକି ଲାଲୁଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ଲାଲୁ ଏବେ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ କହିଛନ୍ତି ଯେ ତାଙ୍କ କିଡନୀ କୌଣସି ସମୟରେ ଖରାପ ହୋଇପାରେ । ଏବେଠୁ କିନ୍ତୁ ପୂର୍ବାନୁମାନ କରିବା କଷ୍ଟକର । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଜ୍ଜନକ ବୋଲି ଡାକ୍ତର କହିଛନ୍ତି । ଏ ନେଇ ଲିଖିତ ଭାବରେ ସେ କର୍ତ୍ତୃପକ୍ଷଙ୍କୁ କହିଥିବା କହିଛନ୍ତି ।

Comments (0)
Add Comment