୪ ବାର୍ ସିଲ୍‌, ୭୨ ଗ୍ରାହକଙ୍କଠୁ ୨୮ ହଜାର ଜୋରିମାନା ଆଦାୟ

ଭୁବନେଶ୍ୱର: କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ୪ଟି ବାର୍‌କୁ ସିଲ୍ କରିଛି କମିଶନରେଟ୍ ପୁଲିସ୍। ଏଥିସହ ୭୨ ଜଣ ଗ୍ରାହକଙ୍କ ଠାରୁ ପୁଲିସ୍ ୨୮ ହଜାର ଟଙ୍କା ଜୋରିମାନା ଆଦାୟ କରିଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଗତକାଲି ରାଜଧାନୀର ବିଭିନ୍ନ ବାର୍‌ରେ ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବଡ଼ଗଡ଼, ବାଲିଅନ୍ତା ଓ ଲକ୍ଷ୍ମୀସାଗର ଅଞ୍ଚଳରେ ୧୦ଟି ବାର୍ ଉପରେ ହୋଇଛି ଚଢ଼ାଉ କରାଯାଇଥିଲା। ସେହିପରି ଖାରବେଳନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରେ ୬ଟି ବାର୍ ଉପରେ ଚଢ଼ାଉ କରିଥିଲା କମିଶନରେଟ୍ ପୁଲିସ୍।

Comments (0)
Add Comment