ଜୟପୁର ପ୍ରଶାସନ କୁମ୍ଭ ନିଦ୍ରାରେ


କୋରାପୁଟ : ସ୍ବାଧୀନତାର 74 ବର୍ଷ ଅତିକର୍ମ କରି ସାରିଥିଲେ  ମଧ୍ୟ କୋରାପୁଟ ବାସୀ ଆଜି ବି ଅବହେଳିତ, ନା ଅଛି ଗମନା ଗମନର ସୁବିଧା ନା ଅଛି ପାନୀୟ ଜଳ ଓ ବିଦୁତ୍ ର ବ୍ୟବସ୍ଥା. ଏ ହେଉଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ବାରିଣୀ ପୁଟ ପଞ୍ଚାୟତ ର ଲକ୍ଷ୍ମୀ ପଦର ଗ୍ରାମ, ଏହି ଗ୍ରାମରେ 20 ପରିବାର,ସର୍ବ ମୋଟ 100 ଲୋକ ବସ ବାସ  କରୁଛନ୍ତି, ସହର ଠାରୁ ମାତ୍ର 7 କିମି ଦୂର, ଗ୍ରାମକୁ ଯିବାପାଇଁ  ହେଲେ 3 କିମି ଚାଲି ଚାଲି ଯିବାକୁ ପଡିଥାଏ,ଯିବା ଆସିବା ସମୟରେ ମଧ୍ୟ ବନ୍ୟ ଜନ୍ତୁଙ୍କ ଭୟ ରହିଥାଏ,ଗ୍ରାମରେ ପାନୀୟ ଜଳର ସୁବିଧା ନଥିବା ଯୋଗୁ ଲୋକେ ଚୁଆ କି ପୋଖରୀ ପାଣି ପିଉଛନ୍ତି,ଖରା ଦିନେ ଚୁଆ ଓ ପୋଖରୀ ସୁଖିଗଲେ ପାଣି ପାଇଁ ଡହଳ ବିକଳ ହୁଅନ୍ତି ଗ୍ରାମବାସୀ, ରାଜ୍ୟ ସରକାର ଙ୍କ ତରଫରୁ ଗରିବ ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଥିଲେ ମଧ୍ୟ ଏହା କିଛି ସରକାରୀ ବାବୁ ମାନଙ୍କ ପାଇଁ କାର୍ଯ୍ୟ କାରୀ ହୋଇପାରୁନାହିଁ,ଆଜିର ଶିଶୁ କାଲିର ଭବିଷ୍ୟତ କୁହା ଯାଉଥିବା  ବେଳେ କିନ୍ତୁ ଏଠି ବାସ୍ତବ ଚିତ୍ର ନିଆରା, ଅଙ୍ଗୱାଡ଼ି ନଥିବା ଯୋଗୁଁ 30 କୋମଳ ମୋତି ଶିଶୁ ମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡିଛି, ସ୍ଥାନୀୟ ଗ୍ରାମ ବାସୀଙ୍କ ଦ୍ୱାରା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ,ସରକାରୀ ବାବୁ ମାନଙ୍କୁ ଗୁହାରି କଲେ ଖାଲି ପ୍ରତିଶୃତି ମିଳୁଛି କିନ୍ତୁ କାର୍ଯ୍ୟ କାରୀ ହୋଇପାରୁନାହିଁ, ଦେଖିବା ପାଇଁ ବାକି ରହିଲା କେବେ ଜୟପୁର ପ୍ରଶାସନର ନିଦ ଭାଙ୍ଗିବା ସହିତ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ସୁବିଧା ସୁଯୋଗ  ଯୋଗାଇ ଦେଉଛନ୍ତି.

Comments (0)
Add Comment