ରାଜ୍ୟରେ ୪୦୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକାଲି ୩୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୭୧ଟି ଲୋକାଲ୍ କେସ୍‌। ଅନୁଗୋଳ ଜିଲ୍ଲାରୁ ୬୦  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୪  , ବରଗଡ଼ରୁ ୧୭  , ଭଦ୍ରକରୁ ୪  , ବଲାଙ୍ଗିରରୁ ୨୦, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୨୫ , ଢେଙ୍କାନାଳରୁ ୨, ଗଞ୍ଜାମରୁ ୭, ଗଜପତିରୁ ୬, ଜଗତସିଂହପୁରରୁ ୬, ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୭  , କଳାହାଣ୍ଡିରୁ ୬, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୯ , କେନ୍ଦୁଝରରୁ ୬  , ଖୋର୍ଦ୍ଧାରୁ ୪୬ , କୋରାପୁଟରୁ ୭ , ମୟୂରଭଞ୍ଜରୁ ୨୪ ,  ମାଲକାନଗିରିରୁ ୪,   ନୟାଗଡ଼ରୁ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ  ନୂଆପଡ଼ାରୁ ୮, ପୁରୀରୁ ୧୮ , ସମ୍ବଲପୁରରୁ ୨୬ ଓ ସୁନ୍ଦରଗଡ଼ରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଷ୍ଟେଟ୍‌ ପୁଲ୍‌ରୁ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୯୬ରେ ପହଞ୍ଚିଥିବା ବେଳେ ୩,୧୯,୮୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୭୩ ଜଣ ଚିକିତ୍ସାଧୀନ ଅଛନ୍ତି।

Comments (0)
Add Comment