ସାବଧାନ: ଖାଲି ହୋଇଯିବ ଆକାଉଣ୍ଟ

ଭୁବନେଶ୍ୱର : ଫୋନରେ ଆପଣଙ୍କୁ କେହି ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମାଗୁଛନ୍ତି କି? ଆପଣ ଅନଲାଇନ୍ କାରବାର କରୁଛନ୍ତି କି? ତେବେ ସାବଧାନ। ଯେକୌଣସି ସମୟରେ ଆପଣ ହୋଇପାରନ୍ତି ଲୁଟର ଶୀକାର। କାରଣ, ରାଜ୍ୟରେ ସକ୍ରିୟ ହୋଇଛନ୍ତି ଝାଡଖଣ୍ଡର ସାଇବର ଠକ ଜାମତାରା ଗ୍ୟାଙ୍ଗ। ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଯେକୌଣସି ସମୟରେ ଆପଣଙ୍କ ଫୋନକୁ ବି ଆସିପାରେ ଏଭଳି ଫୋନ କଲ୍। କିଏ ଡେବିଟ୍ କାର୍ଡର ୧୬ଟିକିଆ ନମ୍ବର ମାଗିପାରେ ତ ଆଉ କିଏ ମାଗିପାରେ କ୍ରେଡିଟ୍ କାର୍ଡ ନମ୍ବର। ଆପଣଙ୍କ ବ୍ୟାଙ୍କ ଶାଖାର କର୍ମଚାରୀ କହି ମାଗିପାରନ୍ତି ଆକାଉଂଟ୍ ଡିଟେଲ୍ସ। ଆଉ, ନମ୍ବର ଦେବା ମାତ୍ରେ ଖାଲି ହୋଇଯିବ ଆପଣଙ୍କ ଆକାଉଂଟରେ ଥିବା ଟଙ୍କା। କାରଣ ମାତିଛନ୍ତି ଜାମତାରା ଗ୍ୟାଙ୍ଗ । ନା ବନ୍ଧୁକ ନା କୌଣସି ଅସ୍ତ୍ରଶସ୍ତ୍ର, ଆଖି ପିଛୁଳାକେ ଖାଲି କରିଦେବେ ବ୍ୟାଙ୍କରେ ଥିବା। ଅଣ୍ଡରୱାଲ୍ଡ ଆଉ ଏହି ହାଇଟେକ୍ ଲୁଟେରାଙ୍କ ହେଡକ୍ୱାର୍ଟର ହେଉଛି ଝାଡଖଣ୍ଡର ଜାମତରା। ସାଇବର ଲୁଟେରାଙ୍କ କ୍ରାଇମ ହବ୍ ଜଙ୍ଗଲ ଭିତରୁ ହେଉଛି କ୍ରାଇମ ଅପରେଟ୍। ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ଏବଂ ଲୋକଙ୍କୁ ସତର୍କ କରିବାକୁ କମିଶନରେଟ୍ ପୋଲିସ ଜାରି କରିଛି ଭିଡିଓ। ପୋଲିସର ତଥ୍ୟ ଅନୁସାରେ, ଏବର୍ଷ ଏଭଳି ୧୦୦ ଟି ସାଇବର କେସ୍ ହୋଇଛି। ଏନ୍ସିଆରବିର ରିପୋର୍ଟ କହୁଛି ଗତବର୍ଷ ଅପେକ୍ଷା ଚଳିତବର୍ଷ ୭୬ ପ୍ରତିଶତ ସାଇବର କେସ୍ ବଢିଛି। ଦେଶରେ ଘଟୁଥିବା ମୋଟ ସାଇବର କ୍ରାଇମ ୮୦ ପ୍ରତିଶତ ପଛରେ ରହିଛି ଜାମତାରାର ହାତ ।
ଜାମତାରା ଗ୍ୟାଙ୍ଗର ଅଧିକାଂଶ ଟାର୍ଗେଟ ହେଉଛନ୍ତି ଅଶିକ୍ଷିତ, ବେକାର ଏବଂ ବରିଷ୍ଠ ନାଗରିକ। ଯାହାକୁ ଅତି ସହଜରେ ଫଶେଇ ଠକିହେବ। ଦିନରେ କଲ୍ ଆଉ ରାତି ୧୨ରୁ ୨ଟା ଭିତରେ ହୋଇଯାଏ ଲୁଟ୍। ଆଖି ଖୋଲିବା ବେଳକୁ ଆକାଉଂଟ୍ ଖାଲି। ବର୍ତ୍ତମାନ ଗୁଗୁଲ, ଫୋନ୍ ପେ ଏବଂ ଓଏଲଏକ୍ସରେ ମଧ୍ୟ ଆରମ୍ଭ ହୋଇଯାଇଛି ଏହି ହାଇଟେକ୍ ଗ୍ୟାଙ୍ଗର ଠକେଇ । ମିଳିଥିବା ସୂଚନା ଅନୁସାରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ଜାମତାରା ଗ୍ୟାଙ୍ଗ ତାର ଆଂଚଳିକ ଶାଖା ବଢାଇବାକୁ ଉଦ୍ୟମ କରୁଛି । ତେଣୁ ସତର୍କ ରୁହନ୍ତୁ ଓ ସାବଧାନ ମଧ୍ୟ ରୁହନ୍ତୁ ।

Comments (0)
Add Comment