ରାସ୍ତାରେ ପ୍ରସବ କଲେ ଗର୍ଭବତୀ

କଲ୍ୟାଣ ସିଂହପୁର ତା୨୧-୧୨: ରାୟଗଡା ଜିଲ୍ଲା କାଶୀପୁର ଅନ୍ତର୍ଗତ ସିରିପାଇ ଗ୍ରାମ ପଞ୍ଚାୟତ ର ସରାପାସ ଗ୍ରାମ ର ହର ମାଝୀ ଙ୍କ ପତ୍ନୀ ଶାଲା ମାଝୀ (୨୫) ଗାଁ କୁ ପଖା ରାସ୍ତା ନ ଥିବାରୁ ପ୍ରସବ ବେଦନା ସମୟରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟେଚର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୁହାଯାଇଥିଲା । ତେବେ ମହିଳା ଜଣକ ମଝି ରାସ୍ତାରେ ହିଁ ଏକ ଶିଶୁ କନ୍ୟା କୁ ଜନ୍ମ କରିଥିଲେ। ଏହା ପରେ ନବଜାତ ଶିଶୁକୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ର କାଶୀପୁର ବ୍ଳକ ର ଶିରିପାଇ ପଞ୍ଚାୟତ ର ସରାପାସ ଗ୍ରାମରେ । ସୂଚନା ଅନୁଯାୟୀ ସରାପାସ ପ୍ରସବ ବେଦନା ଅନୁଭବ କରିଥିଲେ। ତେଣୁ ଶାଲା ମାଝୀ ଙ୍କୁ ପ୍ରସବ ନିମନ୍ତେ ସ୍ବାସ୍ଥ୍ୟ କେନ୍ଦ୍ର ନେବା ପାଇଁ ପାଇବାର ଲୋକେ ୧୦୨ ଆମ୍ବୁଲାନ୍ସ କୁ ଯୋଗା ଯୋଗ କରିଥିଲେ । ଖବର ପାଇବା ସାଙ୍ଗେ ସାଙ୍ଗେ କାଶୀପୁର ଥିବା ଆମ୍ବୁଲାନ୍ସ ସରାପାସ ଗ୍ରାମ ଅଭିମୁଖେ ବାହରିଥିଲା । କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ  ୩ କିଲୋମିଟର ଦୂର ବାସଙ୍ଗମାଳି ଗାଁ ନିକଟରେ ଅଟକିଯାଇଥିଲା। ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ ଏକାକୀ ୩କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରି ସରାପାସ ଗ୍ରାମରେ ପହଞ୍ଚି ଥିଲେ। ଶାଲା ପ୍ରସବ ବେଦନା ଛଟପଟ ହେଉଥିବା ବେଳେ ତାଙ୍କ ସ୍ବାମୀ ହର ମାଝୀ କାମ କରିବାକୁ ବାହାରକୁ ଯାଇଥିବା ଜଣାପଡିଥିଲା। ପରେ ଆଶା କର୍ମୀ ତିଲାଇ ମାଝୀ ଙ୍କ ସହ ପରିବାରର କିଛି ସଦସ୍ୟ ମାନେ ଶାଲା ମାଝୀ ଙ୍କୁ ଷ୍ଟେଚର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ଘାଟି ପାହାଡିଆ ରାସ୍ତାରେ ବହୁ କଷ୍ଟରେ ବୋହିନେଉଥିଲେ। ତେବେ ଗାଁ ଠାରୁ ୨ କିଲୋମିଟର ଅତିକ୍ରମ କରିବା ପରେ ଶାଲା ମାଝି ରାସ୍ତାରେ ହିଁ  ଏକ ଶିଶୁ କନ୍ୟାକୁ ପ୍ରସବ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରସୂତୀ ମାଁ ଓ ଶିଶୁ କନ୍ୟା କୁ ପୁଣି ଷ୍ଟେଚର ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ଶେଷରେ ଉଭୟ ଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡ଼ିଛି।  ପ୍ରକାଶ ତାଉକି କାଶୀପୁର ବ୍ଳକର ଅନେକ ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଏହି ପରି ଗର୍ଭବତୀ ମହିଳାମାନଙ୍କ ପ୍ରସବ ସମୟରେ ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡୁଛି । ଏବଂ ସବୁବେଳେ କିଏ ଷ୍ଟେଚର ରେ , କିଏ ଖଟିଆରେ ତ କିଏ ଜୁଡିରେ ବୁହାହେବାର ଦେଖିବା କୁ ମିଳିଛି। ତୁରନ୍ତ  ପ୍ରଶାସନ ଏହାର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Comments (0)
Add Comment