ରାଜ୍ୟରେ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର,୨୨/ ୧୨: କରୋନା ସଂକ୍ରମଣ କମିଛି ସହ ମୃତ୍ୟୁରେ ବ୍ରେକ୍‌ ଲାଗିଛି। ରାଜ୍ୟରେ ବେକାବୁ ହେଉଛି କୋଭିଡ୍‌ ମୃତ୍ୟୁ। ୨୪ ଘଣ୍ଟା ମଧ୍ୟରେ ୩୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୪୩ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୬ ହଜାର ୯୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩ ହଜାର ୦୬୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୨୧ ହଜାର ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୬୬ ଲକ୍ଷ ୬୫ ହଜାର ୭୦୧ ସାମ୍ପୁଲ ଟେଷ୍ଟ୍ ହୋଇଛି।

Comments (0)
Add Comment