୧୮୦ କିଲୋ ଗଂଜେଇ ଜବତ, ୧ଗିରଫ

ବୈପାରିଗୁଡା – ବୈପାରିଗୁଡା ପୋଲିସ ଦ୍ବାରା ଏକ ସ୍ୱିଫ୍ଟ କାରରୁ ୧୮୦ କିଲୋ ଗଂଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି ।ଗିରଫ ଜଣଙ୍କ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଫୁଲପଦର ଗ୍ରାମର ଗଙ୍ଗାଧର ଖରା ଙ୍କ ୧୯ବର୍ଷୀୟ ପୁଅ ଇଲିୟା ଖରା ।ପୋଲିସ୍ ପେଟ୍ରୋଲିଂ ବେଳେ ରାମଗିରି ସ୍ଥିତ ମାଝୀଗୁଡ଼ା ଛକ ରେ ସକାଳ ସମୟରେ ଏକ ସ୍ୱିଫ୍ଟ କାର କୁ ସର୍ଛ କରିବା ସହ ୧୮୦ କିଲୋ ଗଂଜେଇ ଜବତ କରିଛନ୍ତି।ଜବତ ସ୍ୱିଫ୍ଟ କାର ଗାଡ଼ି ଓଡ଼ି ୧୦ କେ – ୫୫୫୩ ନଂ ବିଶିଷ୍ଟ ସ୍ୱିଫ୍ଟ କାର ଗାଡ଼ିର ଡ଼୍ରାଇଭର ପୋଲିସକୁ ଦେଖି ଅଟକି ଯିବା ଫଳରେ ଡ୍ରାଇଭର କୁ ପୋଲିସ ଦଳ କାବୁ କରିବାରେ ସହଜ ହୋଇଥିଲା ଏବଂ ପୋଲିସ ଦଳ ସଫଳ ହୋଇଥିଲେ ।ଆଇ ଆଇ ସି ମହେନ୍ଦ୍ର କୁମାର ସାହୁ କହିବା ଅନୁଯାୟୀ ଗାଡ଼ିଟି ମାଲକାନଗିରି ଜିଲ୍ଲାରୁ କୋଟପାଡ଼ କୁ ଯାଉଥିଲା ।କାର ଗାଡିଟିକୁ ଯାଞ୍ଚ କରିବା ସମୟରେ ଆଇ ଆଇ ସି ମହେନ୍ଦ୍ର କୁମାର ସାହୁ,କନେଷ୍ଟବଳ ଧନପତି ନାୟକ, ହାବିଲଦାର ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment