ଦୁର୍ନୀତିମୁକ୍ତ ବାଙ୍କୀ ଗଠନ ପାଇଁ ବାଙ୍କୀ କଂଗ୍ରେସର ପଣ

ବାଙ୍କୀ: ଆଜି ବାଙ୍କୀ କଚେରୀ ପଡିଆ ନିକଟ ଟାଉନ କ୍ଲବ ଠାରେ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାର କଂଗ୍ରେସ ସଭାପତି ମାନସ ଚୌଧୁରୀ ଏବଂ କଟକ ଜିଲ୍ଲାର ଅବଜର୍ଭର ସଂଗ୍ରାମ ଜେନା ପ୍ରମୁଖ ଯୋଗଦେଇ ବାଙ୍କୀରେ ଡକ୍ଟର ପଟ୍ଟନାୟକଙ୍କ ନେତୃତ୍ୱରେ ବାଙ୍କୀରେ କଂଗ୍ରେସ ସଙ୍ଗଠନକୁ ଶକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । କଂଗ୍ରେସ ପ୍ରଥମେ ଭାରତକୁ ସ୍ୱାଧୀନ କରିବାରେ ସଂଗ୍ରାମ କରିଥିଲା । ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ପଟେଲ,ରମାଦେବୀ, ମଧୁସୂଦନ ପ୍ରମୁଖ କଂଗ୍ରେସ ଦଳକୁ ଭାରତରେ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଆଜିର ସଭାରେଏମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଓଡ଼ିଶାରେ କଂଗ୍ରେସ ପ୍ରତିଷ୍ଠା ହେବାରେ ପଣ୍ଡିତ ଗୋପବନ୍ଧୁଙ୍କ ସ୍ଥାନ ଅତୁଳନୀୟ ବୋଲି ଅତିଥି ମାନେ କହିଥିଲେ । ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ କହିଲେ ଯେ ପ୍ରଧାନମନ୍ତ୍ରୀ ଅବାସ ଯୋଜନା କାର୍ଯ୍ୟକାରୀ କରିବାରେ ବ୍ୟାପକ ଦୁର୍ନୀତି ହେବା ସହିତ ଏନ୍ଏସିର କେତେକ କର୍ମଚାରୀ ନିଜର ଭାଇ ବନ୍ଧୁଙ୍କ ନାମରେ ଆବାସ ଯୋଜନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ହାତେଇ ନେଇଛନ୍ତି ଯାହାଫଳରେ ପକୃତ ହିତାଧିକାରୀ ମାନେ ଏହି ଯୋଜନାର ସୁଫଳ ରୁ ବଞ୍ଚିତ ହେଉଛନ୍ତି । ସେହିପରି ବାଙ୍କୀ ଓ ଡମପଡା ବ୍ଲକରେ ବ୍ୟାପକ ଦୁର୍ନୀତି ହେବା ସହିତ ଗାଁ ଗଣ୍ଡା ରେ ବିଜେଡି ଦଳର କର୍ମୀ ମାନେ ସରକାରୀ କର୍ମଚାରୀ ମାନଙ୍କ ଏଜେଣ୍ଟ ସାଜି ବ୍ୟାପକ ଦୁର୍ନୀତି କରୁଛନ୍ତି । ଯାହାଫଳରେ ବାଙ୍କୀ ଉପଖଣ୍ଡର ଜନ ସାଧାରଣ ମାନଙ୍କ ର ମୌଳିକ ଅଧିକାରର କ୍ଷୂର୍ଣ୍ଣ ହେଉଥିବା ଡକ୍ଟର ପଟ୍ଟନାୟକ ପ୍ରକାଶ କରିଛନ୍ତି । ବାଙ୍କୀ ରେ କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ଅତିଥି ମାନେ ଉପସ୍ଥିତ କର୍ମୀ ଙ୍କୁ ଅହ୍ୱାନ ଦେଇଥିଲେ । କଂଗ୍ରେସ ନେତା ମାନଙ୍କୁ ବାଙ୍କୀ ଉପଖଣ୍ଡ ମୁଖ୍ୟ ଡାକ ଘର ଠାରୁ କଂଗ୍ରେସ କର୍ମୀ ମାନେ ଏକ ପାଟୁଆର ରେ ପାଛୋଟି ନେଇ ସଭା ସ୍ଥଳ ରେ ପହଞ୍ଚି ଥିଲେ ।ବାଙ୍କୀ ଏନଏସି ବାଙ୍କୀ ବ୍ଲକ ,ଡମପଡା ବ୍ଲକ ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ସମ୍ପର୍କରେ ଡକ୍ଟର ପଟ୍ଟନାୟକ ଆଲୋଚନା କରିବା ସହ ଠିକ ସମୟରେ ସେମାନଙ୍କ ନାମ ଘୋଷଣା କରାଯିବା ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ବିଶ୍ୱରଞ୍ଜନ ପଣ୍ଡା, ବାଙ୍କନିଧୀ ବେହେରା, ନକୁଳ ପ୍ରଧାନ, ପ୍ରକାଶ ମିଶ୍ର ସମ୍ପାଦକ ଓଡ଼ିଶାର ପଦେଶ କଂଗ୍ରେସ କମିଟି, କାଶୀନାଥ ମହାପାତ୍ର, ନୀଳମଣି ମହାପାତ୍ର, ଶିବ ପ୍ରସାଦ ମହାପାତ୍ର, ଯୋଗିନାଥ ପଣ୍ଡା, ଡମପଡା ସରପଞ୍ଚ ଦେବେନ୍ଦ୍ର ଧଳ ସାମନ୍ତ ଙ୍କ ସମିତ ଏକ ହଜାର ରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ପରିଶେଷରେ ବାଙ୍କୀ ବିଜେପି ଓ ବିଜେଡି ଦଳର ବହୁ ଛାମୁଆ ନେତା ଡକ୍ଟର ଦେବାଶିଷ ପଟ୍ଟନାୟକ ଙ୍କ ନେତୃତ୍ୱକୁ ସ୍ୱାଗତ କରି କଂଗ୍ରେସ ଦଳରେ ଯୋଗ ଦାନ କରିଥିଲେ । ଶେଷରେ କ୍ଷେତ୍ରବାସୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୀ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ବୈଠକ ପରେ କଂଗ୍ରେସ କର୍ମୀ ମାନଙ୍କ ମନରେ ଆନନ୍ଦ ପରିଲକ୍ଷିତ ହୋଇଥିଲା ।

Comments (0)
Add Comment