ପାଞ୍ଚ ହଜାର କୁଇଣ୍ଟାଲ କ୍ରୟ ଲକ୍ଷ୍ୟରେ ଆଜି ଖୋଲିଲା ବୈଦେଶ୍ୱର ମାଳି ସାହି ସେବା ସମବାୟ ସମିତି ମଣ୍ଡି

ବାଙ୍କୀ:ବାଙ୍କୀ ବ୍ଲକ ର ବୈଦେଶ୍ୱର ପଞ୍ଚାୟତ ବୈଦେଶ୍ୱର ମାଳି ସାହି ସେବା ସମବାୟ ସମିତି ରେ ଆଜି ଖରିଫ ଋତୁ ର ଧାନ ମଣ୍ଡି ଖୋଲିଲା ।ଏହି ଧାନମଣ୍ଡି କୁ ସହକାରୀ ନିବନ୍ଧକ ସରୋଜ କାନ୍ତ ଜେନା ଉଦଘାଟନ କରିଥିଲେ ।ଆଜିର ଧାନ ମଣ୍ଡି ଉଦଘାଟନ କରି ଶ୍ରୀ ଜେନା ପ୍ରକାଶ କରିଥିଲେ ବାଙ୍କୀ ରେ ଆଜି ପର୍ଯ୍ୟନ୍ତ ୧୧ଗୋଟି ମଣ୍ଡି ଖୋଲି ସାରିଲାଣି ପର୍ଯ୍ୟାୟ କ୍ରମେ ଏହା ବାଙ୍କୀ ଅଞ୍ଚଳରେ ରହିଥିବା ଅନ୍ୟ ସମବାୟ ସମିତି ର ମଣ୍ଡି ଖୋଲିବାର ବ୍ୟବସ୍ଥା କୋଭଡ ନିୟମ ଅନୁଯାୟୀ କରା ଯିବ । ସେବା ସମବାୟ ସମିତିର ସମ୍ପାଦକ ଦେବୀ ପ୍ରସାଦ ମହାପାତ୍ର ବହୂ ସଂଖ୍ୟାରେ ଧାନ କିପରି ମଣ୍ଡିକୁ ପଞ୍ଜିକୃତ ଚାଷୀ ବିକ୍ରି ପାଇଁ ଅଣାଯାଇଇପାରିବ ସେ ନେଇ ଉପସ୍ଥିତ ଥିବା ଚାଷୀଙ୍କୁ ଅବଗତ କରାଇଥିଲେ। ନିୟନ୍ତ୍ରିତ ବଜାର କମିଟି ସମ୍ପଦକ ଅଜୟ ରାଉତ ଆଜି ସେବା ସମବାୟ ସମିତି ପକ୍ଷରୁ ପଞ୍ଜିକୃତ ହୋଇଥିବା ୨୪୨ଜଣ ଙ୍କ ମଧ୍ୟରୁ ଟୋକନ ପାଇଥିବା ୩୫ ଜଣ ଚାଷୀ ଙ୍କ ଠାରୁ ୮୦୦କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ବେଳେ ଚଳିତ ବର୍ଷ ମଣ୍ଡି ବନ୍ଦ ର ଶେଷ ତାରିଖ ମାର୍ଚ୍ଚ ୩୦ ସୁଦ୍ଧା ପାଞ୍ଚ ହଜାର କୁଇଣ୍ଟାଲ ଧାନ କ୍ରୟ ଲକ୍ଷ ରେବୈଦେଶ୍ୱର ମାଳିସାହି ସେବା ସମବାୟ ସମିତି ଲକ୍ଷ ରହିଥିବା ସମବାୟ ସମିତି କାର୍ଯ୍ୟ କରିବା ସହ କିପରି ପଞ୍ଜି କୃତ ଚାଷୀ ମାନେ କିପରି ସହଜ ରେ କିଭିଡ ନିୟମ ଅନୁଯାୟୀ ମଣ୍ଡି କୁ ଆସି ଧାନ ବିକ୍ରି କରିପାରିବେ ସେ ସମ୍ପର୍କରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ସେବା ସମବାୟ ସମ୍ପାଦକ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

Comments (0)
Add Comment