ଚାଇନାରେ ପ୍ରବେଶ କଲା କରୋନାର ନୂଆ ରୂପ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଚାଇନାରେ ପ୍ରବେଶ କରିଛି । ବ୍ରିଟେନରୁ ଫେରିଥିବା ୨୩ ବର୍ଷୀୟ ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି । ଚାଇନାରେ ଚିହ୍ନଟ ହୋଇଥିବା ମହିଳା ଜଣକ ବ୍ରିଟେନରୁ ଫେରିଥିଲେ, ଯାହା ପରେ ସେ ଡିସେମ୍ୱର ୧୪ ତାରିଖରେ ଟେଷ୍ଟ କରାଇଥିଲେ । ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ତାଙ୍କୁ ଏବେ କ୍ୱାରେଣ୍ଟାଇନ୍ କରିଦିଆଯାଇଛି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଯାଞ୍ଚ କରାଯାଉଛି ।
କରୋନାଭାଇରସ ମହାମାରୀର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାରେ ଏବେ କରୋନାର ନୂଆ ରୂପ ଆସିବା ପରେ ଏବେ ସେଠାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଆଗାମୀ ଦିନରେ କରୋନାର ଏହି ନୂଆ ରୂପ ଚାଇନାରେ କେତେ ମାରାତ୍ମକ ହେବ, ତା’ର ଅନୁମାନ କରାଯାଇନାହିଁ । କିନ୍ତୁ ଏହି ନୂଆ ରୂପକୁ ଚାଇନା ସରକାର ସଜାଗ ହୋଇପଡ଼ିଛନ୍ତି । କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସିବା ଦିନଠାରୁ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳିଛି । ବୈଜ୍ଞାନିକଙ୍କ ମୁତାବକ, ଏହି ନୂଆ ଷ୍ଟ୍ରେନ୍ ମୂଳ ଭାଇରସ୍ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରମିତ । ତେଣୁ ଏହାକୁ ହାଲୁକା ଭାବେ ନେବା ପାଇଁ ବୈଜ୍ଞାନିକ ଭାବେ ଚେତାବନୀ ଦେଇଛନ୍ତି ।

Comments (0)
Add Comment