ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା

କୋଲକାତା, ୭ ।୧: ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଶନିବାର ହୃଦଘାତର ଶିକାର ହେବା ପରେ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୌରଭ । ଦାଦାଙ୍କ ହାର୍ଟରେ ତିନୋଟି ବ୍ଲକେଜ ରହିଥିବା ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲା । ଗୋଟିଏ ବ୍ଲକେଜ ୯୦ ପ୍ରତିଶତର ଥିଲା ସେଥିରେ ଷ୍ଟେନ ଲଗାଯାଇଛି । ଆଉ ଦୁଇଟି ବ୍ଲକେଜ ବାବଦରେ ପରବର୍ତ୍ତୀ ସମୟରେ ଚିକିତ୍ସା ହେବ ବୋଲି ଜଣାପଡ଼ିଛି । ଗତ ଶନିବାର ଦାଦା ତାଙ୍କ କୋଲକାତା ବାସଭବନରେ ବ୍ୟାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ କୋଲକାତା ସ୍ଥିତ ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Comments (0)
Add Comment