ଏକ କ୍ୱିଣ୍ଟାଲ ଗଞ୍ଜେଇ ସହ ତିନି ଗିରଫ

ମାଲକାନଗିରି(ଡିକେ ନ୍ୟୁଜ୍)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ କୁ ମିଳିଛି ବଡ ସଫଳତା। ପୋଲିସ ର ପୋଷାକ ପିନ୍ଧି ଏବଂ ଗାଡ଼ିରେ ପୋଲିସ ଲେଖି ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ବର୍ତ୍ତମାନ ଓରକେଲ ପୋଲିସ ଏଭଳି ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଓରକେଲ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ମଧ୍ୟ ରାତ୍ର ୨ ଟା ସମୟରେ ବାଲିମେଳା ଛକ- ଡାଇକ ୩ ମୁଖ୍ୟ ରାସ୍ତାର ଖଡ଼ିକାଝୁଡ଼ି ନିକଟରେ ଏସଆଇ ମିଲନ ମଜୁମଦାର ଙ୍କ ନେତୃତ୍ୱରେ ଏକ ଟିମ ଜଗି ରହିଥିଲେ। ଏହି ସମୟରେ ଏକ ଫେକ ନଂ (ଓ ଡି ୩୩ ବି ୩୬୭୬) ଇନୋଭା କାର ରେ ପୋଲିସ ଲେଖା ହୋଇଥିବାର ଦେଖି ଗାଡିଟିକୁ ଅଟକାଇଥିଲେ। ଗାଡିଟିର ଅସଲି ନମ୍ବର (ଡି ଏଲ ୪ ସି ଏ ଇ ୭୫୬୦) ବୋଲି ଜଣାପଡିଛି। ଗାଡ଼ିରେ ବସିଥିବା ବ୍ୟକ୍ତି ମାନେ ମଧ୍ୟ ପୋଲିସ ପୋଷାକ ପିନ୍ଧି ବସି ରହିଥିଲେ। ଓରକେଲ ପୋଲିସ ସେମାନଙ୍କୁ କେଉଁ ଅଞ୍ଚଳର ପୋଲିସ ବୋଲି ପଚାରିବାରୁ ସେମାନେ ବିହାର ରାଜ୍ୟର ବୋଲି ନିଜର ପରିଚୟ ଦେଇଥିଲେ। କିନ୍ତୁ ତାଙ୍କ ଗାଡିର ନମ୍ବର ପ୍ଲେଟ  ଓଡିଶା ରାଜ୍ୟ ର ଲାଗିଥିଲା। ଏହାସହ ହିନ୍ଦୀ ଭାଷା କହୁଥିବାବେଳେ ସେମାନଙ୍କ କଥାବାର୍ତା ରେ ତାଳମେଳ ନଥିବାରୁ ପୋଲିସ ସେମାନଙ୍କ ଗାଡି ଯାଞ୍ଚ କରିଥିଲା। ଏବଂ ଗାଡ଼ିରୁ ୧୦୦ କିଲୋ/ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି। ଗଂଜେଇ ଚାଲାଣକାରୀ ଙ୍କର ନାମ ଗୁଡିକ ହେଲା ରାଜୁ ଖରିଫା(୨୪), ରାଜୀବ କୁମାର(୨୬) ଏବଂ ଆକାଶ କୁମାର(୨୬)। ଅଭିଯୁକ୍ତ ମାନେ ବିହାର ରାଜ୍ୟର ପାଟଣା ଜିଲ୍ଲା ର ମଉଜିପୁର ଏବଂ ସରିସ୍ତାବାଦ ଗ୍ରାମର ଦୁହେଁ ହୋଇଥିବା ବେଳେ ଅନ୍ୟ ଜଣେ ମୁଜାଫରପୁର ଜିଲ୍ଲା ର ମୁଜାଫରନଗର ଗ୍ରାମର ବୋଲି ପୋଲିସ ସୂଚନା ଦେଇଛି। ତେବେ ସେମାନେ ଏହି ଗଞ୍ଜେଇ କୁ  ନାକାମାମୁଡ଼ି ଅଞ୍ଚଳରୁ ନିଜ ରାଜ୍ୟ ବିହାର କୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସୂଚନା ଦେଇଛନ୍ତି। ଆଜି କେଶ ନଂ ୦୬/୨୧ ମାମଲା ରୁଜୁ କରି ଧାରା ୪୧୯,୪୬୮ ଏବଂ ୪୭୧ ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି।

Comments (0)
Add Comment