ପ୍ରଧାନମନ୍ତ୍ରୀ ସଡକ ଯୋଜନା ର କଲଭର୍ଟ ନିର୍ମାଣ ରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କଲେ ଗ୍ରାମବାସୀ

ମାଲକାନଗିରି: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ହେଉଥିବା କଲଭର୍ଟ ନିର୍ମାଣ ରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କଲେ ଗ୍ରାମବାସୀ। ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତ ର ଖଡ଼ିକାଝୁଡ଼ି ଛକ ଠାରୁ ଡାଈଙ୍କ-୩ ଦେଇ କନିଙ୍ଗ କୁ ଯୋଗାଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଦେଖିବାକୁ ମିଳିଛି। ଗ୍ରାମବାସୀ ଙ୍କ କହିବାନୁଯାୟୀ ଦୀର୍ଘ ବର୍ଷ ଧରି କାର୍ଯ୍ୟ ଟି ଆରମ୍ଭ ହୋଇଥିଲେ ସୁଦ୍ଧା ଶେଷ ହୋଇପାରିଲା ନାହିଁ। ଏହାସହ ଏହି ରାସ୍ତାରେ ନିର୍ମାଣଧୀନ କଲଭର୍ଟ ଗୁଡିକ ନିର୍ମାଣ କରାଯାଉଛି ସେଥିରେ ହାତ ବାଡ଼ିଆ ମେଟାଲ ବ୍ୟବହାର କରିବା ସହ ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଛି। ଗ୍ରାମବାସୀ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି। ଠିକାଦାର ନିଜ ମନ ମୁତାବକ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଏହାସହ  ଏହି ରାସ୍ତାର ପ୍ରଥମ କଲଭର୍ଟ ପରେ ଦୁଇ କଡରେ ମାଟି ପକାଇ ଏପରି ରାସ୍ତା ନିର୍ମାଣ କରାଯାଉଛି ଯାହାଦ୍ୱାରା ବର୍ତ୍ତମାନ ସୁଦ୍ଧା ସେହି ଗ୍ରାମର ବହୁ ଲୋକେ ପଡି ଆହତ ହେଉଛନ୍ତି। ତେଣୁ ତୁରନ୍ତ ସେହି କାର୍ଯ୍ୟ ର ରୋଡ ମ୍ୟାପ ବଦଳା ଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ତେବେ ଯଦି କଲଭର୍ଟ ନିର୍ମାଣ ରେ ଏପରି ଦୁର୍ନୀତି ହେଉଛି ତାହେଲେ ଆଗକୁ ରାସ୍ତା ନିର୍ମାଣ ରେ କେଉଁ ପ୍ରକାର ଘୋଟାଲା ହେବ ବୋଲି ଗ୍ରାମବାସୀ ଠିକାଦାର ସନ୍ତୋଷ କୁମାର ରାଉତ ଙ୍କ ସୁପରଭାଇଜର ସୋମନାଥ ମିଶ୍ର ଙ୍କୁ ଓଲଟି ପ୍ରଶ୍ନ କରିଛନ୍ତି। ତେବେ ଦୀର୍ଘ ଦିନ ପରେ ସେହି ଅଂଚଳ ର ବିକାଶ ନିମନ୍ତେ ସରକାର ରାସ୍ତା ନିର୍ମାଣ କରାଉଛନ୍ତି। ଯଦି ତାହା ନିମ୍ନ ମାନର ହୁଏ ତାହେଲେ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀ ଙ୍କୁ ଛାଡିବେ ନାହିଁ ବୋଲି କହିଛନ୍ତି। ତେଣୁ ଯଦି ସେମାନଙ୍କ ରାସ୍ତା ନିର୍ମାଣ ରେ ଆଗକୁ ଆହୁରି ଏପରି ନିମ୍ନ ମାନର କାର୍ଯ୍ୟ ପରିଲକ୍ଷିତ ହୁଏ ତାହେଲେ ଗ୍ରାମବାସୀ ମାଲକାନଗିରି ଆରଡ଼ି ବିଭାଗ ର କାର୍ଯ୍ୟାଳୟ କୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Comments (0)
Add Comment