ଅବକାରୀ ବିଭାଗ ଦ୍ୱାରା ନକଲି ମଦ ଜବତ


କୋଟପାଡ଼ :  କୋଟପାଡ଼ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା l ସୂଚନା ଅନୁଯାଇ କୋରାପୁଟ ଜିଲ୍ଲା କୋଟପାଡ଼ ଏନ. ଏ. ସି. ର ୧ନମ୍ବର ୱାର୍ଡ କୁଞ୍ଜଗୁଡ଼ାଠାରେ ନକଲି ମଦ କାରଖାନାଟିଏ ଅବକାରୀ ବିଭାଗ ଦ୍ୱାରା ଠାବ କରାଯାଇଛି l ସୂଚନା ଅନୁଯାଇ ଅବକାରୀ ଅଧିକାରୀ ଶ୍ରୀଯୁକ୍ତ କେ. ତ୍ରିପତି ପଟ୍ଟନାୟକ ଙ୍କ ତତ୍ୱାବଧାନରେ ଶ୍ରୀ ଉମାକାନ୍ତ ଲମତାପୁଟ, ଶ୍ରୀ ଶକ୍ତି କୁମାର ବେହେରା, ଶ୍ରୀ ହଳଧର ଜାନି, ସୁକୁମାଣୀ ଓରାମ, ଟିକମ ଚନ୍ଦ୍ର ଗୋପାଳ ସମସ୍ତେ ଉପସ୍ଥିତ ରହି ପ୍ରାୟ ୫୦ହଜାର ଟଙ୍କାର ମଦ ଜବତ କରିଛନ୍ତି l ଅବକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଉକ୍ତ ମଦ କାରଖାନାର ମାଲିକ କିଏ ଜଣାପଡ଼ିନାହିଁ, ଏହାର ତଦନ୍ତ ଜାରି ରହିଛି l ସୂଚନା ଅନୁଯାଇ ଅବକାରୀ ବିଭାଗୀୟ କର୍ମୀ ଉକ୍ତ ସ୍ଥାନରେ ପହଂଚିବା ସମୟରେ ନକଲି ମଦ କାରଖାନା ମାଲିକ ଫେରାର ଥିଲେ l ଅବକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ୮୪୦ଟି ନକଲି ଲେବେଲ, ୫ ଲିଟର ସ୍ପିରିଟ, ଏମ. ସି. ରୋମ ୧୦ ଲିଟର ଓ ଅନ୍ୟ ବହୁତ ନକଲି ମଦ ସବୁ ଜବତ କରିଥିଲେ l

Comments (0)
Add Comment