ଆନ୍ଧ୍ର ଅଧିକାରୀଙ୍କ ଜାଲିଆତି, ଗଜପତିର କିଛି ଲୋକଙ୍କ ନାମରେ ଚୋରା ଭୋଟ ଦିଆଗଲା

ପାରଳାଖେମୁଣ୍ଡି, ୧୩ା୨ : ଓଡିଶାର ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ କଡା ପଦକ୍ଷେପ ନିଆଗଲା ସେଥିରେ ଓଡିିଶାର ଜଣେ ହେଲେ ଭୋଟର ବହୁ ପ୍ରଲୋଭନ ସତ୍ତେ୍ୱ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ସାମିଲ ହେବୁ ନାହିଁ ବୋଲି ଆନ୍ଧ୍ର ଅଧିକାରୀମାନଙ୍କୁ ରୋକଠୋକ ଭାବେ ଜଣାଇଦେଲେ । ଏଥିରେ ଆନ୍ଧ୍ର ଅଧିକାରୀମାନେ ଆଉ କୌଣସି ଉପାୟ ନପାଇ କେବଳ ଆନ୍ଧ୍ରର ପଦସ୍ଥ ଅଧିକାରୀମାନଙ୍କୁ ସନ୍ତୋଷ କରିବା ପ।।ଇଁ ଗଜପତିର କିଛି ଲୋକଙ୍କ ନାମରେ ଆଜିର ପଞ୍ଚାୟତ ନିର୍ବାଚନରେ ଜାଲ ତଥା ଚୋରା ଭୋଟ ଦେଇଥିବା ଜଣାପଡିିଛି । ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏନେଇ କହିିଛନ୍ତି ଯେ ଗତ କିଛି ଦିନ ହେଲା ଗଜପତି ପ୍ରଶାସନ ଓ ପୋଲିସ ଆମର ରାଜସ୍ୱ ଗ୍ରାମ ଗୁଡିକ ପ୍ରତି ଦିବାରାତ୍ର ସଜାଗ ରହିିବା ଯୋଗୁଁ ଏବଂ ଏହି ଗ୍ରାମବାସୀ ମାନେ ଆନ୍ଧ୍ର ନିର୍ବାଚନରେ ସାମିଲ ହେବୁ ନାହିଁ ବୋଲି ଦେଇଥିବା ପ୍ରତିଶ୍ରୃତି ଅନୁଯାୟୀ ଆନ୍ଧ୍ର ପ୍ରଶାସନର ବହୁ ଅନୁରୋଧ ଓ ପ୍ରଲୋଭନକୁ ଏଡାଇ ଦେଇଥିଲେ । ତେଣୁ ଆନ୍ଧ୍ର ଅଧିକାରୀମାନେ କୌଣସି ରାସ୍ତା ନପାଇ ଗଜପତିର ଶତାଧିକ ଗ୍ରାମବାସୀ ଯେଉଁ ମାନଙ୍କ ନାମରେ ଆନ୍ଧ୍ର ପୂର୍ବରୁ ରାସନ କାର୍ଡ, ଆଧାର କାର୍ଡ ଆଦି ଦ୍ୱାରା ଲୋକଙ୍କୁ ଆୟତ୍ତ କରିି ଭୋଟର ତାଲିକାରେ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ନାମରେ ଚୋରା ଓ ଜାଲ ଭୋଟ ଦେଇଥିବା ଦର୍ଶାଇଛନ୍ତି । ଏହି ସମସ୍ତ ଗ୍ରାମର କୌଣସି ଲୋକ ଆନ୍ଧ୍ର ଭୋଟରେ ସାମିଲ ହୋଇ ନାହାନ୍ତି ଏବଂ କାହା ଅଙ୍ଗୁଳିରେ ନିର୍ବାଚନରେ ଭୋଟ ଦେବା ଭଳି କାଳିଚିହ୍ନ ଦେଖିବାକୁ ମିଳିନାହିଁ ବୋଲି ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରକାଶ କରି ଓଡିିଶା ଲୋକଙ୍କ ନାମରେ ଆନ୍ଧ୍ର ପ୍ରଶାସନ ଅଧିକାରୀ ଜାଲ ଭୋଟ ଦେବା ଅତ୍ୟନ୍ତ ହୀନ ଉଦ୍ୟମ ଅଟେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

Comments (0)
Add Comment