ରାଜପୁର ଚମ୍ପିଆନ ଟ୍ରଫି ଉଦଯାପିତ

ଧର୍ମଗଡ଼,୧୮/୦୨  : ଧର୍ମଗଡ଼ ବ୍ଲକ ରାଜପୁର କୁରଲା  ଖେଳ ପଡିଆ ଠାରେ ଆୟୋଜିତ ରାଜପୁର ଚମ୍ପିୟାନ ଟ୍ରଫି ଉଦଯାପିତ ହୋଇଯାଇଛି l ଷୋହଳ ଗୋଟି ଦଳକୁ ନେଇ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ ଖେଳ କୀରକାକାନି ଓ ରାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଟସ ଜିତି କୀରକାକାନି  ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ବାର ଓଭରରେ ଆଠ ଉଇକେଟ ହରାଇ ସତୁରି ରନ ସଂଗ୍ରହ କରିଥିବା ବେଳେ ଜବାବରେ ରାଜପୁର ଦଳ ସାତ ଉଇକେଟ ବିନିମୟରେ ଆବଶ୍ୟକୀୟ ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ପ୍ରତିଯୋଗିତାର ବିଜୟୀ ଦଳକୁ ପନ୍ଦର ହଜାର ଓ ପରାଜିତ ଦଳକୁ ସାତ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା l ଏଥିସହ ଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଓ ପ୍ରତିଯୋଗିତା ର ଶ୍ରେଷ୍ଠ ଖେଳାଳି ଭାବେ ଚୁଳମଣି ମାଝୀ ଓ ଶ୍ରେଷ୍ଠ ଉକେଟ ଅକ୍ତିଆର କରଥିବା ଖେଳାଳି ଭାବେ ରୂପଚନ ସେଠିଙ୍କୁ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ଟିପିଗୁଡା ସରପଞ୍ଚ ପ୍ରତିନିଧି ଗୋପାଳ ନାଏକ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଶ୍ୟାମ ସୁନ୍ଦର ନାଏକ,   ଓଡିଶା କ୍ରିକେଟ ଆସୋଶୀଏଶନର ପେନାଲ  ଅମ୍ପିଆର ତେଜନ କୁମାର ଦୁର୍ଗା, ବ୍ୟବସାୟୀ ସିତାଲୁ ନାଏକ, ଶିବ ମନ୍ଦିର ପୂଜକ ନିରାକାର ଦାସ, ପଦୁ ଦୁର୍ଗା, ସୁଦର୍ଶନ ସେନାପତି, ଭଗବାନ ହାତୀ, ଭୁବନେଶ୍ୱର  ମାଝୀ, ତୁଲାରାମ ସେଠି ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Comments (0)
Add Comment