ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ କଟକଣା ଲଗାଇଲା ବିଏମସି

୧୦ ବର୍ଷରୁ କମ୍ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ମନ୍ଦିର ପ୍ରବେଶ ମନା

ଭୁବନେଶ୍ଵର, ୧/୩ : ବିଏମସି ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ କଟକଣା ଲଗାଇଲା ବିଏମସି। ୧୦ ବର୍ଷରୁ କମ୍ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ମନ୍ଦିର ଭିତରକୁ ପ୍ରବେଶ ମନା। କରୋନା କଟକଣା ମଧ୍ୟରେ ପାଳନ ହେବ ଶିବରାତ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ବିଏମସି ଓ ଲିଙ୍ଗରାଜ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଡିଏ କାର୍ଯ୍ୟାଳୟ ରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଥିବା ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଏହି ବୈଠକରେ ଜାଗର ଯାତ୍ରାକୁ ନେଇ କଟକଣା ଲାଗୁ କରାଯାଇଛି। କୋଭିଡ କଟକଣା ଅନୁଯାୟୀ ଜାଗର ଯାତ୍ରା ପାଳନ ହେବ। ମନ୍ଦିର ଗର୍ଭଗୃହ ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା। ଆଡକାଠ ଠାରେ ରହି ଠାକୁର ଦର୍ଶନ କରିବେ ଶ୍ରଦ୍ଧାଳୁ। ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ଦର୍ଶନ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ। ସମସ୍ତ ନିଯୋଗ ଏହି ଜାଗର ଯାତ୍ରାରେ ସହଯୋଗ କରିବେ। ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ୩ ନିଯୋଗ, ବିଏମସି କର୍ତ୍ତୃପକ୍ଷ, ଲିଙ୍ଗରାଜ ମନ୍ଦିର ନିର୍ଦେଶକ ଉପସ୍ଥିତ ଥିଲେ।

Comments (0)
Add Comment