ପ୍ରଧାନମନ୍ତ୍ରୀ ଙ୍କ ପୋଷ୍ଟର ଚିରିଲା ଜିଲ୍ଲା ଯୁବ କଂଗ୍ରେସ

ଧର୍ମଗଡ଼, ୧/୦୩/୨୧ : ପେଟ୍ରୋଲ ଡିଜେଲ ଓ ଗ୍ୟାସ ଦର କୁ ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଫେଲ ହୋଇଛନ୍ତି ବୋଲି ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷ ରୁ ଆଜି ଅଭିଯୋଗ କରାଯାଇ ଧର୍ମଗଡ଼ ସ୍ଥିତ ପେଟ୍ରୋଲ ପମ୍ପ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱ ରେ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ଦିଗାମ୍ବର ଦୁରୀୟ ବ୍ଲକ ସଭାପତି ପ୍ରେମଲାଲ ସାଗର, ଡାକେ ଲହଜଳ , ଶ୍ୟାମ ସୁନ୍ଦର ମାଝୀ ,ଧରଣୀ ଢଂଗଡାମାଝୀ ,ଯୁଗର୍ଦ୍ଧନ ସାଗର,କୁମୁଦ ବନ୍ଦୀଚୋଡ଼,ବେଣୁ ପାଣି ଦୁର୍ଗା ,କୁରୁକ୍ଷେତ୍ର ତାଣ୍ଡି ,ରାଜେଶ ବଗର୍ତ୍ତି, ଜୀବସଙ୍କର ନାଏକ ଙ୍କ ସମେତ ଅନେକ କଂଗ୍ରେସ କାର୍ଯ୍ୟକର୍ତା ସ୍ଥାନୀୟ ରାୟଲ ପେଲେସ ନିକଟ ରେ ଥିବା ପେଟ୍ରୋଲ ପମ୍ପ ରେ ଲାଗିଥିବା ପ୍ରଧାନମନ୍ତ୍ରୀ ଙ୍କ ପୋଷ୍ଟର କୁ ଚିରିଥିଲେ । ପରେ ଜାତୀୟ ରାଜପଥ କଡ଼ ରେ ପ୍ରଧାନମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଙ୍କୁ ଦାହ କରିଥିଲେ ।

Comments (0)
Add Comment