ତଳଗୁଞ୍ଜି ଗାଁ କୁ ରାସ୍ତା ନାହିଁ, ଲୋକେ ହନ୍ତସନ୍ତ

ବୈପାରିଗୁଡା – ଗାଁ କୁ ନାହିଁ ରାସ୍ତା ଲୋକେ ହନ୍ତସନ୍ତ ।ଏ ଭଳି ରାସ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଅନ୍ତର୍ଗତ ମହୁଲି ପଞ୍ଚାୟତର ତଳଗୁଞ୍ଜି ଗ୍ରାମବାସୀ ।ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ଦିଗହରା ହୋଇଥିବା ଅଭିଯୋଗ ହୋଇଛି lକୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ମହୁଲି ପଞ୍ଚାୟତ ଠାରୁ ମାତ୍ର ୫ରୁ ୭ କିଲୋମିଟର ଦୂରରେ ରହିଛି ତଳଗୁଞ୍ଜି ଗାଁ lଏହି ଗ୍ରାମରେ ୧ଶହ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ହେଲେ ଗାଁ କୁ ଯିବାକୁ ଭଲ ରାସ୍ତାଟିଏ ନାହିଁ l କଂକ୍ରିଟ ତ ଦୂରେ ଥାଉ ଭଲ ପାଦ ଚଲା ରାସ୍ତା ଟିଏ ବି ନାହିଁ lବର୍ଷା ଦିନ ଆସିଲେ ପାଦ ଚଲା ରାସ୍ତାରେ ମଧ୍ୟ ଯିବାକୁ କଷ୍ଟ ହୋଇପଡ଼େ lଏହି ଗ୍ରାମକୁ ପ୍ରଶାସନର କେବେ ପାଦ ପଡିନଥିବା ଭଳି ମନେ ହେଉଛି lସେପଟେ କୌଣସି ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ କି ଦମକଳ ଗାଁ ଯିବା ଅସମ୍ଭବ ହୋଇପଡୁଛି l ପଞ୍ଚାୟତରୁ ରାସନ ସାମଗ୍ରୀ ଆଣିବାକୁ ଲୋକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼େ lପ୍ରାଥମିକ ଭାବେ ଗାଁକୁ ଭଲ ରାସ୍ତାଟିଏ କରିବାକୁ ଦାବି କରିଛନ୍ତି ତଳଗୁଞ୍ଜି ଗ୍ରାମବାସୀ lତେବେ ତଳଗୁଞ୍ଜି ଗ୍ରାମବାସୀ ଙ୍କ ଦୁଃଖ କେବେ ଶୁଣୁଛନ୍ତି ସରକାର କିମ୍ବା ପ୍ରଶାସନ ତାହା ଦେଖିବା ବାକି ରହିଲା ।

Comments (0)
Add Comment