ପଞ୍ଚାୟତ କାର୍ଯ୍ୟାଳୟକୁ ଘେରିଲେ ୭ ଖଣ୍ଡ ଗ୍ରାମବାସୀ

ବୈପାରିଗୁଡା – କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ମହୁଲି ଗ୍ରାମ ପଞ୍ଚାୟତର ୭ଖଣ୍ଡ ଗାଁର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ବିଭିନ୍ନ ସମସ୍ୟା କୁ ନେଇ ଆଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଳୟ ତ୍ରିପାଠୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।ମହୁଲି ପଞ୍ଚାୟତର ୭ଖଣ୍ଡ ଗ୍ରାମ ଅର୍ଥାତ ଉମୁରୀଆଗୁଡ଼ା,ତୋଲା,ମାଳିଗୁଡ଼ା, ତଳଗୁଞ୍ଜି,କେନ୍ଦୁଗୁଡ଼ା, ପୁକାଗୁଡ଼ା, କଦମଗୁଡ଼ା ଗ୍ରାମରୁ ପ୍ରାୟ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ୭ଖଣ୍ଡ ଗ୍ରାମର ବିଭିନ୍ନ ସମସ୍ୟା କୁ ନେଇ ମହୁଲି ପଞ୍ଚାୟତ କାର୍ଯ୍ୟାଳୟ କୁ ଘେରିଥିବା ଦେଖିବାକୁ ମିଳିଛି ।ପୂର୍ବରୁ ମଧ୍ୟ ଏହି ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ ।ହେଲେ ଦୀପ ତଳ ଅନ୍ଧାର ଭଳି ଏହି ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟା ରୁ ବଞ୍ଚିତ ହୋଇ ରହିଛନ୍ତି ବୋଲି ଦୁଃଖ ର ସହ କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି ।ଏହି ୭ଖଣ୍ଡ ଗ୍ରାମବାସୀ ର ଶତାଧିକ ମହିଳା ପୁରୁଷ ଏକତ୍ରିତ ଭାବେ ପଞ୍ଚାୟତ କାର୍ଯ୍ୟାଳୟ ଘେରିବା ସହ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଳୟ ତ୍ରିପାଠୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଳୟ ତ୍ରିପାଠୀ  ୭ଖଣ୍ଡ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Comments (0)
Add Comment