ଖୁର୍ଜି ପଞ୍ଚାୟତ ରାଜୀବ ଗାନ୍ଧୀ ଗୃହ ପାଲଟିଛି ଭୂତ କୋଠି

ନନ୍ଦପୁର: MGNREGA ରେ  ଜାତୀୟ ସ୍ତରରେ ପୁରସ୍କୃତ ନନ୍ଦପୁର ବ୍ଲକ୍ କିନ୍ତୁ କର୍ମ କ୍ଷେତ୍ରରେ ଠିକ୍ ଓଲଟା । ସୂଚନା ଅନୁଯାୟୀ ନନ୍ଦପୁର  ବ୍ଲକର ଖୁର୍ଜି ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦୀର୍ଘ 15 ବର୍ଷ ହେଲା MGNREGA ଯୋଜନାରେ ନିର୍ମାଣ ଚାଲିଛି । ତତ୍କାଳିନ ସରପଞ୍ଚ ଶ୍ରୀ ଲୋକନାଥ ହନ୍ତାଳ ସମିତି ସଭ୍ୟ ତଥା ବ୍ଲକ ଅଧକ୍ଷ ଶ୍ରୀ ଗୋପାଳ ମାଟାମ୍ ୱାର୍ଡ ସଭ୍ୟ ଶ୍ରୀ ସୁରେଶ ଖଡାଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଥିଲା । କିନ୍ତୁ  ଇତି ମଧ୍ୟରେ 8 ଜଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ, 4 ଜଣ ଅଧକ୍ଷ/ଅଧକ୍ଷା ଓ 4 ଜଣ ସରପଞ୍ଚ ଦାୟିତ୍ୱରେ ରହି ବ୍ଲକ ତଥା ପଞ୍ଚାୟତର କାର୍ଯ୍ୟ ଭାର ସମ୍ଭାଳି ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ ହୋଇ ପାରିନାହିଁ, ଗତ ହୁଡୁ ହୁଡୁ ବାତ୍ୟା ସମୟେ ଛାତ ପଡ଼ିବା ପାଇଁ ସେଣ୍ଟରିଂ କାର୍ଯ୍ୟ ସରିଥିଲା । କିନ୍ତୁ ଏହା ଛାତ ପଡିବା ଉପଯୋଗୀ ନ ହୋଇଥିବା ଯୋଗୁ ଅଧାରୁ କାମ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଏହା ଅର୍ଦ୍ଧ ନିର୍ମାଣ ସୌଧ  ଆପନ୍ତରିଆ ଭାବେ ଏକ ଭୂତ କୋଠୀ ସଦୃଶ୍ୟ ଅଳିଆ ଆବର୍ଜନା ମଧ୍ୟରେ ଛିଡା ହୋଇଛି,ସରକାରଙ୍କ ତରଫରୁ ଆସୁଥିବା ଗୃହକୁ ମନ ମୁଖି କରିବା ଦ୍ୱାରା ଏହା ଶେଷ ହୋଇପାରୁନାହିଁ ।ଯାହା ଫଳରେ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ଶମ୍ଭୁଖିନ ହେଉଛନ୍ତି । ଏହି ଅର୍ଦ୍ଧ ନିର୍ମିତ ଗୃହକୁ ଶେଷ କରିବା ପାଇଁ  ପୂର୍ବତନ ବ୍ଲକ୍ ଅଧକ୍ଷ ଶ୍ରୀ ଗୋପାଳ ମାଟାମଙ୍କ ସହିତ ପଞ୍ଚାୟତ ବାସୀ ଦାବି କରିଛନ୍ତି ।

Comments (0)
Add Comment