କଳାହାଣ୍ଡି ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ

-ଓଡିଶା ଛତିଶଗଡ଼ ସୀମା ରେ ଚେକିଂ କଡାକଡି

ଧର୍ମଗଡ଼ : ଗତ କିଛି ଦିନ ହେବ ଓଡିଶା ସୀମାନ୍ତ ଛତିଶଗଡ଼ ରେ ଦିନ କୁ ଦିନ କରୋନା ର ସଂଖ୍ୟା ଦ୍ରୁତ ଗତି ରେ ବୃଦ୍ଧି ପାଇବାରେ ଲାଗିଛି ।ଏହାର ପ୍ରଭାବ ଓଡ଼ିଶା ରେ ଦିନ କୁ ଦିନ କରୋନା ର ନୂଆ ନୂଆ  ରୋଗୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟି ରେ ରଖି  ରାଜ୍ୟ ସରକାର ଛତିଶଗଡ  ସୀମାନ୍ତ କୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲା ରେ ନାଇଟ କର୍ଫ୍ୟୁ  ଜାରି କରିଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଛତିଶଗଡ ସୀମା କୁ ଲାଗି ରହିଥିବାରୁ ଧର୍ମଗଡ ରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବାଡ଼ିଚାଲିଛି ,ଏହାକୁ ନିୟନ୍ତ୍ରଣ କରିବା ପାଇଁ ଛତିଶଗଡ ସୀମାନ୍ତ ସନ୍ଧିକୁଲିହାରି ଠାରେ ଚେକ ପୋଷ୍ଟ ଲଗେଇ ଧର୍ମଗଡ ପୋଲିସ ତରଫରୁ ଜୋରଦାର ଭାବରେ କର୍ଫ୍ୟୁ ର ସମସ୍ତ ଗାଇଡ଼ଲାଇନ ପାଳନ କରାଯାଉଛି ତେବେ । ଏହି ନାଇଟ କରଫୁ ରାତି ୧୦ ଟା ରୁ ସକାଳ ୫ଟା ପର୍ଯନ୍ତ ବଳବତ୍ତ ରହିବ l ଏହି ସମୟରେ ଜରୁରୀକାଳୀନ ସେବା ରେ ନିଯୋଜିତ ଥିବା କର୍ମଚାରୀ ମାନଙ୍କୁ କଟକଣା ରୁ ମୁକ୍ତ ରଖାଯାଇଛି l ସମସ୍ତ ମେଡିକାଲ ଏବଂ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ଦିଆଯିବ ବୋଲି ଧର୍ମଗଡ ଥାନା ଅଧିକାରୀ ଟୁନା ସେଠି ପକ୍ଷରୁ କୁହାଯାଇଛି l

Comments (0)
Add Comment