ରାୟଗଡା- ରାୟଗଡା ସହରର ସ୍ଥାନୀୟ କପିଳାସ ଛକ ଠାରେ ସକାଳ ସମୟ ୮.୩୦ ମିନିଟ କରୋନା କଟକଣା ପାଇଁ ପୋଲିସ ପ୍ରସାସନ ପକ୍ଷରୁ ଗାଡି ମୋଟର ଯାଂଚ ବେଳେ ଜଣେ ଅମାନିଆ ବୁଲେଟ ଚାଳକ ଯାଂଚ ବେଳେ କାରଯ୍ୟରତ ପୋଲିସ ଯବାନ ଗୁରୁତର ହୋଇଥିଲେ । ଘଟଣାରୁ ପ୍ରକାସ ଯେ ପୋଲିସ ପ୍ରସାସନ ପକ୍ଷରୁ ଟ୍ରଫିକ ନିୟମ ଓ ମାଶ୍କ ଯାଂଚ ବେଳେ ଜଣେ ବୁଲେଟ ଚାଳକ ବିନା ହେଲମେଟ ଓ ବିନା ମାସ୍କ ରେ ଦ୍ରୁତଗତିରେ ଆସୁଥିବା ବେଳେ ପୋଲିସ କର୍ମଚାରୀ ମାନେ ବୁଲେଟ ଚାଳକ କୁ ଆଟକାଇ ଥିଲେ, ହେଲେ ସେ ନଆଟକି ଡିୟୁଟିରେ ଥିବା ଯବାନ ଉପରକୁ ଗାଡି
ଚଢାଇ ଖସି ପଳାଇଥିଲେ । ସେହି ସମୟରେ ର୍ଡିୟୁଟିରେ ଥିବା ଯବାନ ବିକ୍ରମ ଛତ୍ରିଆ ବୁଲେଟ ଚାଳକ କୁ ପୁଣି ଥରେ
ଆଟକାଇବାକୁ ଚେଷ୍ଠା କରିଥିଲେ ,ବୁଳେଟ ଚାଳକ ନଅଟକି ଯବାନ ବିକ୍ରମ ଉପରକୁ ଚଢାଇଦିଇଥିଲେ । ଫଳରେ ବୁଲେଟ ଧକାରେ ଯବାନ ଛଟିକି ପଡିଥିଲେ । ଛିଟିକି ପଡିବାରୁ ତାଙ୍କରି ଶରିର ବିଭିନ୍ନ ଜାଗାରେ କ୍ଷତି ହୋଇଥିଲା ।ଏବଂ ମୁଣ୍ଡରେ ଆଧିକ କ୍ଷତି ହୋଇଥିବା ଜଣାପଡିଥିଲା । ଘଟଣା ସ୍ଥଳରୁ ଆନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହାୟତାରେ ତୁରନ୍ତ ଯବାନ ବିକ୍ରମ କୁ ରାୟଗଡା ମୁଖ୍ୟ ଡାକ୍ତରଖାନା କୁ ନେଇଥିଲୋ ସେଠାରେ ପ୍ରଥମିକ ଚିକିଛା ପରେ ବ୍ରହ୍ମପୁର ଏମକେସିଜି ମେଡିକେଲ କଲେଜ କୁ ତାଙ୍କୁ ସ୍ଥନାନ୍ତର କରାଯାଇଥିଲା । ଆପର ପକ୍ଷରେ ବୁଲେଟ ଚାଳକ ବିରୁଧରେ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ ପ୍ରସାସନ ପକ୍ଷରୁ ସୂଚନା ମିଳିଛିା ଆହତ ଯବାନ ଙ୍କ ଚିକିଛା ନିମନ୍ତେ ଆତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା,ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ଓ ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଙ୍କ ସମେତ ଆନ୍ୟ ଆଧିକାରିଗଣ ଉପସ୍ଥିତ ଥିଲେ ।