ପଥର କୁଆଁରୀ ନେଇ ଜନ ଅସନ୍ତୋଷ !

କୋଲନରା : ରାଜ୍ୟ ସରକାର ରାଜସ୍ୱ ପାଇବା ପାଇଁ ବିଭିନ୍ନ ପ୍ରକାର ରେ ରାଜସ୍ୱ ଆଦାୟ କରି ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକ ମାନଙ୍କ ହିତ କାମରେ । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଜାମୁ ଲେଲିବାଡି ଗ୍ରାମରେ ଯେଉଁ ଭଳି ଭାବରେ ପଥର କୁଆଁରୀ ଗଡି ଉଠିଛି କହିଲେ ନ ଚଳେ । ଯେଉଁଠି କୁଆଁରୀ ସେଇଠି ଗୋଟିଏ ଗୋଟିଏ ପଥର ଗୁଣ୍ଡ କରିବା ମେସିନ ଖଞ୍ଜା ଯାଇଛି । ପଥର ଗୁଣ୍ଡ କରୁଥିବା ମିସିନ ରୁ ଯେଉଁ ଭଳି ଭାବେ ପ୍ରଦୂଷଣ ହେଉଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବା ବହୁତ କଷ୍ଟ ହେବା ସହ ଯେଉଁଭଳି ଭାବରେ ପଥର ବ୍ଲାଷ୍ଟିଂଙ୍ଗ ହେଉଛି ଘର ଦ୍ଵାର ସବୁ ଥରିବାକୁ ଲାଗୁଛି । କେତେବେଳେ କାହା ଘର ଭୁଶୁଡ଼ି ଯିବ କହିଲେ ନ ଚଳେ । ବ୍ଲାଷ୍ଟିଂ ରେ ଯେତିକି ଶବ୍ଦ ପ୍ରଦୂଷଣ ରୋକିବା କଥା ସେଇଟା ପାଣିର ଗାର ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବ୍ଲାଷ୍ଟିଂ ର ଶବ୍ଦ ରେ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେଉଥିବା କହିଛନ୍ତି । ଏହିଭଳି ସମସ୍ୟା ଲାଗି ରହିଲେ ଜନଜୀବନ ପ୍ରଭାବିତ ହେବା ସହ ବନ୍ୟ ପ୍ରାଣୀ ସମ୍ପୂର୍ଣ୍ଣ ଶୂନ୍ୟ ହେଇଯିବ ସେହି ଅଞ୍ଚଳରେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।ଏହି ସମସ୍ୟା ନେଇ କୋଲନରା ରାଜସ୍ୱ ନିରୀକ୍ଷକ ଙ୍କୁ ଦୂର ଭାଷା 8280021338 ନମ୍ବର ରେ ବାରମ୍ବାର ଯୋଗାଯୋଗ କରିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଅଞ୍ଚଳରେ ବସବାସ କରୁଥିବା ଅଞ୍ଚଳବାସୀ ।

Comments (0)
Add Comment