କୋଲନରା ବ୍ଲକରେ ପ୍ରଥମ କଣ୍ଟେନମେଣ୍ଟ ଯୋନ ଘୋଷଣା

କୋଲନରା : କରୋନା ମହାମାରୀର ଦ୍ୱିତୀୟ ଲହରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନାରେ କିଛି ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।  ସହରାଞ୍ଚଳରେ ଲୋକେ ସରକାରୀ ନିୟମକୁ ମାନୁଥିବା ବେଳେ ଗ୍ରାମାଞ୍ଚଳରେ ଏହାର ଓଲଟା ଦେଖିବାକୁ ମିଳୁଥିବା ବିଶେଷ ସୂତ୍ରରୁ ଜଣା ପଡୁଛି ।

ଏହି ଭଳି ପରିସ୍ଥିତିକୁ ନଜର ରଖି ସତର୍କତା ଅବଲମ୍ବନ କରିବା ପାଇଁ ସରକାରଙ୍କ ସ୍ତରରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରେ କୋଭିଡ- ୧୯  କୁ ନେଇ ବ୍ଲକ  ପ୍ରଶାସନ , ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ ସଚେତନତା ଅଭିଯାନ କରା ଯାଇଛି । ତଥାପି ଅମାନିଆ ମାନଙ୍କ ପାଇଁ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିବା ଯୋଗୁଁ  ପ୍ରଶାସନ ର ଚିନ୍ତା ବଢି ଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ  ନଜର  ରଖିବା  ସହ ଜିଲ୍ଲା  ପ୍ରଶାସନଙ୍କ  ନିର୍ଦ୍ଦେଶ  କ୍ରମେ  ଅଙ୍ଗନବାଡି, ଆଶା କର୍ମୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଘର ଘର ସର୍ଭେ ଚାଲିବା ସତ୍ତ୍ୱେ ସଂକ୍ରମଣ ବଢିବା ଅଂଚଳରେ ଭୟର ବାତା ବରଣ ସୃଷ୍ଟି କରିଛି ।

କୋଲନରା ବ୍ଲକରେ ଦୈନିକ ଆର ପି ଟି ସି ଆର  ଓ  ଆଂଟି ଜିନରେ କୋଭିଡ ପରୀକ୍ଷା ଜାରି ରହିଥିଲା । ଏହି କ୍ରମରେ ୨୬ ତାରିଖରେ ଗତ କାଲି ଥେରୁବାଲି ସବ ସେଣ୍ଟରରେ କରାଯାଇଥିବା ଆଂଟିଜିନ ଟେଷ୍ଟରେ ଖେଦାପଡା ୦୧ ଓ ୦୨ ନମ୍ବର ୱାର୍ଡ ରୁ  ୩୦ ଜଣ କୋଭିଡ  ପଜିଟିଭ  ବାହାରିବା  ପରେ  ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।  ଏହା ସହିତ  ଡିପି  କ୍ୟାମ୍ପରୁ ମଧ୍ୟ  ୦୨  ଜଣ ପଜିଟିଭ ବାହାରି ଥିବା  ଜଣା ପଡିଛି । 

ଜିଲ୍ଲାପାଳଙ୍କ  ନିର୍ଦ୍ଦେଶ ରେ ଖେଦାପଡ଼ା ଗାଁକୁ ଏପ୍ରିଲ ୨୭ ତାରିଖ ଠାରୁ ଆସନ୍ତା ମାସ ୦୩ ତାରିଖ ଯାଏଁ କଣ୍ଟେନମେଣ୍ଟ ଯୋନ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।ଏହି ଗାଁ ରୁ ବାହାରକୁ କେହି  ଯିବେ  ନାହିଁ  କି  ବାହା ରୁ ଏହି ଗାଁ କୁ  କେହି  ଆସିବାକୁ ବାରଣ  କରାଯାଇଛି । ଲୋକଙ୍କୁ  ରାସନ ଯୋଗାଣ ଦାୟିତ୍ୱ ମାର୍କେଟ ଇନିସ୍ପେକ୍ଟରଙ୍କୁ ଦିଆ ଯାଇଥିବା ବେଳେ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ ରହିବାକୁ ସୂଚନା  ଦିଆଯାଇଛି ।  ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ  ପାଇଁ  କୋଲନରା  ତହସିଲଦାର ମାନସୀ ନାୟକ , ବିଡିଓ ତାପସ ଭୋଇ , ଏ ବିଡିଓ ନୃସିଂହ ଚରଣ  ପଟ୍ଟନାୟକ ,  ରାଜସ୍ୱ  ନିରୀକ୍ଷକ ଆଦିତ୍ୟ ପ୍ରସାଦ  ପଟ୍ଟନାୟକ , ପିଇଓ  ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ବି ଏସ ଏସ ଓ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ମାର୍କେଟ ଇନିସ୍ପେକ୍ଟର ସତ୍ୟ ନାରାୟଣ ଭୋଇ,ସରପଞ୍ଚ ପାନ ହିକକା, ଆଇ ଆଇ ସି ଚାନ୍ଦିଲି ରଶ୍ମି ରଞ୍ଜନ ପ୍ରଧାନ, ଜି ଅ।ର ଏସ ରବିନ୍ଦ୍ର ହିକକା, ଉକ୍ତ ସ୍ଥାନରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ଥିଲେ। 

ଏଠାରେ  ଉଲେଖ  ଥାଉକି  ଏଥି ପୂର୍ବରୁ ନିକଟରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ୦୪ ଜଣ ଛାତ୍ର କୋଭିଡ ପଜିଟିଭ ବାହାରିବା ପରେ ବିଦ୍ୟାଳୟକୁ ମାଇକ୍ରୋ କଣ୍ଟେନମେଣ୍ଟ  ଯୋନ ଘୋଷଣା କରାଯାଇଛି । ଗୋଟିଏ ଗାଁରେ ଏତେ ସଂଖ୍ୟାରେ ପଜିଟିଭ ବାହାରିବା କୋଲନରା ବ୍ଲକରେ ପ୍ରଥମ ହୋଇଥିବା ବେଳେ ଅଞ୍ଚଳରେ ଲୋକଙ୍କ ମନରେ ଭୟ ସଂଚାର କରିଛି । ଲୋକେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା , ହାତ ଧୋଇବା, ସାନି ଟାଇଜର କରିବା ଓ କୋଭିଡ ନିୟମ କୁ କଡା କଡ଼ି ପାଳନ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆ ଯାଇଛି ।