କୋଭିଡ୍କୁ ନିୟନ୍ତ୍ରଣ ପାଇଁ ଗଜପତିରେ ଜିଲ୍ଲାପାଳଙ୍କ ଗ୍ରାମାଞ୍ଚଳକୁ ଫୋକସ୍

ପାରଳାଖେମୁଣ୍ଡି, ୧୫ା୫ : ଗଜପତି ଜିଲ୍ଲାରେ ଦୈନିକ ଶତାଧିକ କୋଭିଡ୍ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଶତାଧିକ ସଂଖ୍ୟକ ମଧ୍ୟରୁ କେବଳ ପାରଳାଖେମୁଣ୍ଡି ସହରର ଅର୍ଦ୍ଧିକ ସଂଖ୍ୟ ରହୁଛି । ଏତଦ୍ ବ୍ୟତୀତ ଗ୍ରାମାଞ୍ଚଳରେ କିଛି ଦିନ ହେଲା ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନେଇ ଆଜି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡିଓ କନଫେରନ୍ସ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳକୁ ଫୋକସ୍ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ହଟସ୍ପଟ କୁହାଯାଉଥିବା ବା ଅଧିକ ମାତ୍ରା ଚିହ୍ନଟ ହେଉଥିବା ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ସ୍କ୍ରିନିଂ ବା ଥର୍ମାଲ ଟେଷ୍ଟ, ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା, କାହାରି ଠାରେ ଲକ୍ଷଣ ଦେଖା ଗଲେ ସେମାନେ କିପରି ଯୋଗାଯୋଗ କରିବେ, ବାହାର ରାଜ୍ୟ ତଥା ଜିଲ୍ଲାରୁ ଆସୁଥିବା ପ୍ରବାସୀ ବା ଯାତାୟତ କରୁଥିବା ଲୋକଙ୍କ ବିବରଣୀ ଆଦି ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment