ନରେନ୍ଦ୍ରପୁର ପୋଲିସ୍ ବିଟ୍ ହାଉସରେ ନୂତନ ତ୍ରିନାଥ ମନ୍ଦିର ଓ ବିଗ୍ରହ ସ୍ଥାପନ ଉତ୍ସବ ପାଳିତ

ନିଚିନ୍ତକୋଇଲି : କଟକ ଜିଲ୍ଲା ନିଚିନ୍ତକୋଇଲି ବ୍ଲକ୍ ର ନେମାଲୋ ଥାନା ଅଧୀନରେ ଥିବା ନରେନ୍ଦ୍ରପୁର ପୋଲିସ ବିଟ୍ ହାଉସ ରେ ପ୍ରଭୁ ତ୍ରିନାଥ ମନ୍ଦିର ଙ୍କ ନୂତନ ମନ୍ଦିର ପ୍ରଚିଷ୍ଟା ସଂପୂର୍ଣ୍ଣ କୋରନା କଟକଣା ମଧ୍ୟରେ ଅନୁଷ୍ଟିତ ହୋଇ ଜାଇଛି। ବର୍ତ୍ତମାନ ସାରା ରାଜ୍ୟ ତଥା ଭାରତ ରେ ମହାମାରୀ କୋରିନା ର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢ଼ି ଚାଲି ଥିବା ବେଳେ ରାଜ୍ୟ ସରକାରଙ୍କ କୋରନା କଟକଣା ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ଭଳି ବିଭିନ୍ନ ନୀତି ଅବଲମ୍ବନ କରିଛନ୍ତି ।

ସରକାରଙ୍କ ଏହି କଟକଣା କୁ ଆଖି ଆଗରେ ରଖି ନରେନ୍ଦ୍ରପୂର୍ ପୋଲିସ ବିଟ୍ ହାଉସ ର ଭାରପ୍ରାପ୍ତ ଅଧିକାରୀ ଗୌରାଙ୍ଗ ଚରଣ ବିଶ୍ଵାଳ ଙ୍କ ତତ୍ତ୍ୱା ବୋଧନରେ ଏହି ମନ୍ଦିର ପ୍ରତୀଷ୍ଟା ଅନୁଷ୍ଟିତ ହୋଇ ଯାଇଛି। ଏହି ପୂଜା ରେ ପୂଜକ ଶ୍ରୀଯୁକ୍ତ ଜଗନ୍ନାଥ ପଣ୍ଡା ପୂଜା ପାଠ ହୋମୋ କରି ନୀତି କାନ୍ତି କରିଥିଲେ ଓ ପ୍ରଭୁ ତ୍ରିନାଥ ଙ୍କ ବିଗ୍ରହ ସ୍ଥାପନା କରାଇ ଥିଲେ । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସମାଜସେବି ଦିଲୀପ କୁମାର ମହାନ୍ତି, ଅରକ୍ଷିତ ଦାସ,ବୀରବର ଦାସ ପ୍ରମୁଖ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।